Latest Odisha News

କାକଟପୁର ନିର୍ବାଚନମଣ୍ଡଳୀରେ ରାଜ୍ୟ ସଭାପତିଙ୍କ ‘ଜନସମ୍ବାଦ ଯାତ୍ରା’

ଭୁବନେଶ୍ୱର: ଗ୍ରାମାଞ୍ଚଳର ବିକାଶ ପାଇଁ ଚତୁର୍ଦ୍ଦଶ ଏବଂ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ମୋଦି ସରକାର ବ୍ୟାପକ ଆର୍ଥୀକ ଅନୁଦାନ ସିଧାସଳଖ ଭାବେ ପଞ୍ଚାୟତକୁ ପ୍ରଦାନ କଲେ । ମାତ୍ର ବିକାଶ ପାଇଁ ପ୍ରାଜୁର୍ଯ୍ୟ ଏହି ଅର୍ଥକୁ ବ୍ୟାପକ ପାଇଁ ହରିଲୁଟ୍ କରି ଶାସକ ବିଜେଡି ଗ୍ରାମାଞ୍ଚଚଳର ବିକାଶରେ ବାଧକ ସାଜିଛି । ରାଜ୍ୟରେ ଖଣି, ବାଲି, ପକ୍କାଘର, ଶୌଚାଳୟ ନିର୍ମାଣ, ନରେଗା, ଚିଟଫଣ୍ଡ୍, ସମବାୟ ଦୁର୍ନୀତି ଆଜି ସର୍ବୋଚ୍ଚ ସୀମା ଅତିକ୍ରମ କରିସାରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟ ଶାସନର ଭାର ନେଇଥିବା ଶାସକ ବିଜେଡିର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଘର ଭିତରେ ବସି ରହୁଛନ୍ତି । ବିଧାନସଭା ସମେତ କୌଣସି ସରକାରୀ ଗସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି । ସାଧାରଣ ଲୋକଙ୍କ ସହିତ କଥା କି ସାକ୍ଷାତ କରୁନାହାନ୍ତି । କେବଳ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ରେର୍କଡେଡ୍ ଭାଷଣ ଶୁଣୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଟିରେ କିଏ ତାଲା ପକାଇଛି, କିଏ ତାଙ୍କ ଗୋଡରେ ଶିକୁଳି ବାନ୍ଧିଛି ବୋଲି ପ୍ରଶ୍ନ କରିବା ସହ ଏହାର ଜବାବ୍ ରାଜ୍ୟବାସୀଙ୍କୁ ଜଣାଇବା ନିହାତି ଆବଶ୍ୟକ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।

ବିଗତ ୭ ବର୍ଷରେ ପ୍ରଧାନ ସେବକ ଭାବେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଳ ସ୍ତରରେ ବାସ କରୁଥିବା ଲୋକଙ୍କ ପାଇଁ ବହୁ ଜନ ଓ ଗରୀବକଲ୍ୟାଣ ଯୋଜନାର ସଫଳ ରୂପାୟନ କରିଥିବାବେଳେ ରାଜ୍ୟରେ ଶାସକ ବିଜେଡି ଚଞ୍ଚକତା କରି ହାତେଇ ନେବା ଫଳରେ ଗରୀବ ଲୋକମାନେ ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟ ତଥା ରାଜ୍ୟବାସୀଙ୍କ ସାମଗ୍ରିକ ବିକାଶ ପାଇଁ ବିଜେପି ପ୍ରତିଶୃତିବଦ୍ଧ । ଆମେ ସମସ୍ତେ ଦୃଢତାର ସହ ଲଢେଇ କରି ଶାସକ ବିଜେଡିର କୁଶାସନରୁ ମୁକ୍ତ ହେବା ଏବଂ ବିଜେପି ଶାସନରେ ରାଜ୍ୟ ତଥା ରାଜ୍ୟବାସୀକୁ ସୁଶାସନ ଦେବା ପାଇଁ ସଂକଳ୍ପବଦ୍ଧ ବୋଲି ମହାନ୍ତି କହିଛନ୍ତି ।

‘ଜନସମ୍ବାଦ’ ଯାତ୍ରା ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ପୁରୀ ଜିଲ୍ଲା କାକଟପୁର ନିର୍ବାଚନମଣ୍ଡଳୀ ଗସ୍ତ କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । କାକଟପୁର ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ମନୁ ସ୍ୱାଇଁ ନିଜ ଶତାଧିକ ସମର୍ଥକଙ୍କ ସମେତ ବହୁ ବିଜେଡି ନେତୃତ୍ୱ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଆଜିର ଏହି ମିଶ୍ରଣ ଆଗାମୀ ଦିନରେ ରାଜ୍ୟ ରାଜନୀତିରେ ପରିବର୍ତନର ସଙ୍କେତ ଦେଉଛି ବୋଲି ଶ୍ରୀ ମହାନ୍ତି ଦୃଢତାର ସହ କହିଛନ୍ତି ।

ଲମ୍ବା ସମୟ ଧରି ଶାସକ ଦଳ ପ୍ରତିନିଧିତ୍ୱ କରୁଥିବା ସତ୍ୱେ କାକଟପୁର, ଅସ୍ତରଙ୍ଗ, ନିମାପଡା ଆଦି ଅଞ୍ଚଳ ଆଜି ମଧ୍ୟ ବିକାଶର ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ବହୁ ଦୁରରେ ଥିବାରୁ ଉପସ୍ଥିତ ନେତୃମଣ୍ଡଳୀ ଭୀଷଣ କ୍ଷୋଭ ପ୍ରକାଶ କରିବା ସହ ଦୁର୍ନୀତିଗସ୍ତ ଓ ଭ୍ରଷ୍ଟାଚାରୀ ଶାସକ ବିଜେଡି ହଟାଇ ଅଞ୍ଚଳର ବିକାଶ ଦାୟୀତ୍ୱ ବିଜେପିକୁ ପ୍ରଦାନ କରିବା ପାଇଁ ସାଧାରଣ ଜନତାଙ୍କୁ ଆହ୍ୱାନ ଦେଇଥିଲେ ।

ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ କାକଟପୁର ଗସ୍ତ ଅବସରରେ ଦଳୀୟ କାର୍ଯ୍ୟକର୍ତାଙ୍କ ତରଫରୁ ପିପିଲି, ନିମାପଡା, ଚାରିଛକ ସମେତ ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ରାଜ୍ୟ ଉପ ସଭାନେତ୍ରୀ ପ୍ରଭାତି ପରିଡା, ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ବିଭୂ ତରାଇ, ଜିଲ୍ଲା ସଭାପତି ଆଶ୍ରିତ୍ ପଟ୍ଟନାୟକ, ପୂର୍ବତନ ବିଧାୟକ ରବି ମଲ୍ଲିକ୍, ବାଇଧର ମଲ୍ଲିକ୍, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜଲକ୍ଷ୍ମୀ ଦାସଙ୍କ ସମେତ ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ଏବଂ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Comments are closed.