Latest Odisha News

BREAKING NEWS

ପୁଣି ସ୍ୱାମୀ ରାଜଙ୍କୁ ନେଇ ଟ୍ରୋଲ ହେଲେ ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଉଭୟ ମହାରାଷ୍ଟ୍ରର ଶିରିଡି ସାଇ ବାବାଙ୍କ ମନ୍ଦିର ପରିଦର୍ଶନ କରୁଥିବା ଦେଖିବାକୁ ମିଳିଛି।

ଏହି ଭିଡିଓରେ ଦମ୍ପତି ସାଇ ବାବାଙ୍କ ଆଶୀର୍ବାଦ ଗ୍ରହଣ କରିଥିବାର ଦେଖିବ‌ାକୁ ମିଳିଛି। ଏହି ସମୟ ମଧ୍ୟରେ, ଉଭୟେ କରୋନା ପ୍ରୋଟୋକଲ୍ ଅନୁସରଣ କରିଥିବା ମଧ୍ୟ ଦେଖିବାକୁ ମିଳିଛି। ମାସ୍କ ପିନ୍ଧିବା ସହ ଉଭୟ ସଠିକ୍ ଦୂରତା ମଧ୍ୟ ବଜାୟ ରଖିଥିଲେ।

ତଥାପି, ଭିଡିଓ ଭାଇରାଲ ହେବା ମାତ୍ରେ ଶିଳ୍ପାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଟ୍ରୋଲ କରୁଥିବା ୟୂଜର୍ସ ଶିଳ୍ପାଙ୍କୁ ପ୍ରଶ୍ନ କରିଛନ୍ତି ଯେ କରୋନା ଅବଧିରେ ସେ କିପରି ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ପାଇଲେ। ଏହା ବ୍ୟତୀତ ୟୁଜର୍ସ ତାଙ୍କୁ ରାଜ କୁନ୍ଦ୍ରାଙ୍କୁ ନେଇ ମଧ୍ୟ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି।

Comments are closed.