Latest Odisha News

BREAKING NEWS

ଆସନ୍ତା ୧୦ତାରିଖରୁ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ ଦିଆଯିବ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଦେଶରେ ଓମିକ୍ରନ ଓ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଜିଲ୍ଲାରେ ମଧ୍ୟ ଓମିକ୍ରନ ଉପସ୍ଥିତି ଦେଖା ଦେଲାଣି ।ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଟିକା କରଣ ଓ ସର୍ଭିଲାନ୍ସ ଜାରି ରହିଛି । ଆଇସିୟୁ ବେଡ୍ ବଢାଇବା ପାଇଁ ବ୍ୟବସ୍ଥା କରାଯାଇଛି ।

ଖୋର୍ଦ୍ଧା , ସୁନ୍ଦରଗଡ , ସମ୍ବଲପୁର ଓ ବାଲେଶ୍ୱରରେ ସଂକ୍ରମଣ ଅଧିକ ରହିଛି । ଲୋକମାନେ ମାସ୍କ ପିନ୍ଧନ୍ତୁ , ସାମାଜିକ ଦୂରତା ରଖନ୍ତୁ , କୌଣସି ସ୍ଥାନରେ ଭିଡ କରନ୍ତୁ ନାହିଁ ବୋଲି କହିଛନ୍ତି । ଆଗାମୀ ୧୦ ତାରିଖରୁ ବୟସ୍କ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଲାଗି ବୁଷ୍ଚର ଡୋଜ ଆରମ୍ଭ ହେବ । ସରକାରଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.