ରାୟଗଡା: ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଚାକୁଣ୍ଡା ହାଟପଦା ଠାରେ କଂଗ୍ରେସ କର୍ମୀ ସମ୍ମୀଳନୀ ଅନୁଷ୍ଠିତହୋ ଇଯାଇଛି। ଏଥିରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା, ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ, ଗୁଡାରୀ ବ୍ଲକ ଅଧ୍ୟକ୍ଷା ଶାନ୍ତି ଜାଗେରଙ୍ଗା, ବ୍ଲକ କଂଗ୍ରେସ ସଭାପତି ବାଞ୍ଛାନିଧି ବେହେରା, ଜିଲ୍ଲା ସଂପାଦକ ଆଇ ଆପାରାଓ, ସାଂସଦ ପ୍ରତିନିଧି ଜି ପ୍ରସାଦ ରାଓ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ୟ୍ୟକ୍ରମ କଂଗ୍ରେସ କର୍ମୀ ସ୍ଥାନୀୟ ହନୁମାନ ମନ୍ଦିର ନିକଟରୁ ଶକ୍ତି ପ୍ରଦର୍ଶନ କରି ବିରାଟ ଶୋଭାଯାତ୍ରାରେ ଯାଇ ବ୍ଲକ ସମ୍ମୁଖରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ରାସନକାର୍ଡ଼ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦୁର୍ନୀତି ହେଉଥିବା ସମ୍ପର୍କରେ ବିଭିନ୍ନ ପ୍ରକାରର ନାରାବାଜି କରିଥିଲେ । ।
ଆୟୋଜିତ କର୍ମୀ ସମ୍ମୀଳନୀରେ ବ୍ଲକର ପ୍ରାୟ ୨ଶହରୁ ଉର୍ଦ୍ଧ୍ବ ବିଜେପି ଓ ବିଜେଡି କର୍ମୀ କଂଗ୍ରେସରେ ସାମିଲ ହୋଇଥିଲେ। ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ସମସ୍ତେ ମିଳିମିଶି କଂଗ୍ରେସ ପ୍ରତି କାର୍ୟ୍ୟ କରିବାକୁ ଶପଥ ନେଇଥିଲେ ।
Comments are closed.