Latest Odisha News

BREAKING NEWS

୨୨ ମେଡିକାଲ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ

ତେଲେଙ୍ଗାନା: ତେଲେଙ୍ଗାନା କାକଟିଆ ମେଡିକାଲ କଲେଜରେ ଅତି କମରେ ୨୨ ଜଣ ଛାତ୍ରଛାତ୍ରୀ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି।

୨୮୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଯିବା ପରେ ସେମାନଙ୍କର କରୋନା ଟେଷ୍ଟ୍‌ କରାଯାଇଥିଲା। ଏହାପରେ ୨୨ ଜଣ ଛାତ୍ରଛାତ୍ରୀ କରେନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ସୂତ୍ରରୁ ପ୍ରକାଶ ଯେ ମେଡିକାଲ କଲେଜର ସମସ୍ତ ଛାତ୍ର ଏବଂ ଅଧ୍ୟାପିକାଙ୍କୁ ଦୁଇଥର ଟିକାକରଣ କରାଯାଇଛି।

ଯେଉଁମାନେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ଅଲଗା ରଖାଯାଇଥିବା ଜଣାପଡ଼ିଛି।

Comments are closed.