Latest Odisha News

BREAKING NEWS

ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କୁ ‘ଗଙ୍ଗା ସ୍ନାନ’ ମନା

ନୂଆଦିଲ୍ଲୀ: ମକର ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁମାନେ ଗଙ୍ଗା ନଦୀରେ ପବିତ୍ର ବୁଡ଼ ପକାଇପାରିବେ ନାହିଁ। ଏ ନେଇ ହରିଦ୍ୱାର ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛି। କରୋନା ରୋଗର ତୃତୀୟ ତରଙ୍ଗ ତଥା ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଦେଶ ଅନୁଯାୟୀ ‘ହର୍‌ କି ପୌରୀ’ ଅଞ୍ଚଳରେ ପ୍ରବେଶକୁ ମଧ୍ୟ ନିଷେଧ କରାଯାଇଛି। ଜାନୁଆରୀ ୧୪ରୁ ରାତି ୧୦ ଟାରୁ ୬ ଟା ପର୍ଯ୍ୟନ୍ତ ଜିଲ୍ଲାରେ ରାତ୍ରି କର୍ଫ୍ୟୁ ଲାଗୁ କରାଯିବ।

କୋଭିଡ୍ ମାମଲାଗୁଡ଼ିକର କ୍ରମାଗତ ବୃଦ୍ଧି ଏବଂ ଓମିକ୍ରନ୍ ଭାରିଆଣ୍ଟ୍‌କୁ ଦୃଷ୍ଟିରେ ରଖି ଏହି ଆଦେଶ ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୬୮,୦୬୩ ନୂଆ କୋଭିଡ ମାମଲା ରିପୋର୍ଟ ହୋଇଥିବା ବେଳେ ୨୭୭ ଟି ମୃତ୍ୟୁ ମାମଲା ରିପୋର୍ଟ ହୋଇଛି।

Comments are closed.