Latest Odisha News

BREAKING NEWS

ରାଜ୍ୟରୁ ଆଜି ସର୍ବାଧିକ ୩୨୨୦ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୨୨୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ୭୬୨ ଜଣ ସୁସ୍ଥ ହୋଇ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଖୋର୍ଦ୍ଦା ଜିଲ୍ଲାରୁ ୬୦୪, ସମ୍ବଲପୁରରୁ ୩୭୨, କଟକରୁ ୩୪୬, ଝାରସୁଗୁଡ଼ାରୁ ୨୫୪, ନବରଂଗପୁରରୁ ୧୬୯, ମୟୂରଭଂଜରୁ ୧୧୩, କୋରାପୁଟରୁ ୬୩, ସୁବର୍ଣ୍ଣପୁରରୁ ୫୮, କେନ୍ଦୁଝର ଓ ପୁରୀରୁ ୫୪ ଜଣ, ଅନୁଗୁଳରୁ ୩୫, ଯାଜପୁରରୁ ୩୦, ଗଜପତିରୁ ୨୮, ବରଗଡ଼ରୁ ୨୧, ଦେବଗଡ଼, ଗଂଜାମ, ଜଗତସିଂହପୁରରୁ ୨୦ ଜଣ ଲେଖାଏଁ, କଳାହାଣ୍ଡିରୁ ୧୪, ଢେଙ୍କାନାଳରୁ ୮, ଭଦ୍ରକରୁ ୭, ବଲାଙ୍ଗୀର, କନ୍ଧମାଳରୁ ୬-୬, ନୟାଗଡ଼ରୁ ୩, ବାଲେଶ୍ୱର, କେନ୍ଦ୍ରାପଡ଼ାରୁ ୨-୨ ଓ ରାଜ୍ୟପୁଲରୁ ୧୪୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୧୦,୮୫୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୨୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୫୬୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୦୨୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୬୧୫ରେ ପହଞ୍ଚିଛି।

Comments are closed, but trackbacks and pingbacks are open.