Latest Odisha News

BREAKING NEWS

ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶରେ ଶ୍ରେଷ୍ଠ ଟ୍ରେନିଂ ପ୍ରତିଷ୍ଠାନ

ଭୁବନେଶ୍ବର : ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଦେଶର ଶ୍ରେଷ୍ଠ ପୋଲିସ ଟ୍ରେନିଂ ପ୍ରତିଷ୍ଠାନ । ୨୦୨୦-୨୧ ବର୍ଷ ପାଇଁ ଶ୍ରେଷ୍ଠ ଟ୍ରେନିଂ ପ୍ରତିଷ୍ଠାନ ଭାବେ ପୁରସ୍କୃତ ହୋଇଛି ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ । ପୁରସ୍କାର ବାବଦକୁ ଟ୍ରଫି ସହ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।

୨୦୧୫ରୁ ପୂର୍ବାଞ୍ଚଳରୁ ବିଭିନ୍ନ କାଟାଗୋରୀରେ କ୍ରମାଗତ ଟ୍ରଫି ଜିତି ଆସୁଛି ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ । ୨୦୦୫ରେ ପତିଷ୍ଠା କରାଯାଇଥିଲା ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ । ଏଠାରେ ଡେପୁଟି ସୁବେଦାରଠାରୁ ଡିଏସପି ରାଙ୍କ ଯାଏ ଦିଆଯାଉଛି ତାଲିମ । ବର୍ତ୍ତମାନ ସୁଦ୍ଧା ୬ଟି ବ୍ୟାଚରେ ମୋଟ୍ ୬୫ ଜଣ ଡିଏସପିଙ୍କୁ ତାଲିମ ଦିଆଯାଇଛି । ୨୪ଟି ବ୍ୟାଚରେ ଡେପୁଟି ସୁବେଦାର, ସବଇନ୍ସପେକ୍ଟର ଓ ସର୍ଜେଣ୍ଟଙ୍କୁ ତାଲିମ ଦିଆଯାଇଛି ।

Comments are closed, but trackbacks and pingbacks are open.