ନୂଆଦିଲ୍ଲୀ : ମହାମାରୀ କରୋନା ସମୟରେ ଟିକା ନେବାକୁ ଚାହୁଁ ନଥିବା ଜଣେ ବ୍ୟକ୍ତିଙ୍କୁ ଟିକା ନେବା ଲାଗି ବାଧ୍ୟ କରାଯାଇପାରିବ ନାହିଁ । ସୁପ୍ରିମକୋର୍ଟରେ ଏଭଳି ଯୁକ୍ତି ରଖିଛନ୍ତି କେନ୍ଦ୍ର ସରକାର । ସ୍ବେଚ୍ଛାସେବୀ ସଙ୍ଗଠନ ଏଭାରା ଫାଉଣ୍ଡେସନ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତରେ ସରକାର ଏହା ଦର୍ଶାଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦାୟର ସତ୍ୟପାଠରେ ଦର୍ଶାଯାଇଛି ଯେ, କୋଭିଡ ଲାଗି ଟିକାକରଣ ବୃହତ ସର୍ବସାଧାରଣ ସ୍ବାର୍ଥ ଲାଗି କରାଯାଉଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟିକାକରଣ ଲାଗି ଜାରି ହେଉଥିବା ଗାଇଡଲାଇନର ଅର୍ଥ ଏହା ନୁହେଁ ଯେ, ଜଣେ ବ୍ୟକ୍ତିଙ୍କୁ ଟିକା ନେବା ଲାଗି ବାଧ୍ୟ କରିବା ।
କୌଣସି କ୍ଷେତ୍ରରେ ଟିକାକରଣ ପ୍ରମାଣପତ୍ର ଆଣିବା ଲାଗି ଏସଓପି ଜାରି କରାଯାଇନାହିଁ । ଦିବ୍ୟାଙ୍ଗଙ୍କ ଘରକୁ ଯାଇ ଟିକାକରଣ କରିବା ପାଇଁ ଏଭାରା ଫାଉଣ୍ଡେସନ ପକ୍ଷରୁ ଦାୟର ହୋଇଥିବା ପିଟିସନକୁ ନେଇ କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ, ଟିକାକରଣ ଲାଗି ବିଭିନ୍ନ ପ୍ରିଣ୍ଟ ଓ ସୋସିଆଲ ମିଡିଆରେ ସମସ୍ତଙ୍କୁ ଆହ୍ବାନ ଦିଆଯାଇଥିଲା । ଏଥିପାଇଁ ସମସ୍ତ ପଦକ୍ଷେପ ବି ନିଆଯାଇଛି । ନିଜ ଇଚ୍ଛା ବିରୋଧରେ କାହାରିକୁ ଟିକା ଦେବା ଲାଗି ବାଧ୍ୟ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟରେ ଦର୍ଶାଇଛନ୍ତି କେନ୍ଦ୍ର ସରକାର ।
Comments are closed.