ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ସରିଛି ନାମାଙ୍କନ ଦାଖଲ । ୨ଲକ୍ଷ ୨୦ ହଜାରରୁ ଅଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆଜି ମନୋନୟନପତ୍ରର ଯାଞ୍ଚ କରାଯିବ । ୨୫ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।
ଗତକାଲି ଥିଲା ନାମାଙ୍କନର ଶେଷ ଦିନ । ମୋଟ୍ ୨ଲକ୍ଷ ୨୯ହଜାର ୬୨ ନାମାଙ୍କନ ଦାଖଲ ହୋଇଛି । ଏଥିରେ ଓ୍ୱାର୍ଡ ମେମ୍ବର ପାଇଁ ୧ଲକ୍ଷ ୬୨ହଜାର ୨୯୭ ସେଟ୍ ଓ ସରପଞ୍ଚ ପଦବୀ ପାଇଁ ୩୪ହଜାର ୬୧୩ ନାମାଙ୍କନ ଦାଖଲ କରିଛନ୍ତି । ପଞ୍ଚାୟତ ସମିତି ସଭ୍ୟ ପାଇଁ ୨୮ହଜାର ୧୫୩ ଓ ଜିଲ୍ଲା ପରିଷଦ ଜୋନ୍ ପାଇଁ ମୋଟ୍ ୩ହଜାର ୯୯୯ ଜଣ ନାମାଙ୍କନ ଭରିଛନ୍ତି ।
ନାମାଙ୍କନ ଦାଖଲ ସରିଥିବାରୁ ଏବେ କ୍ୟାମ୍ପେନକୁ ଜୋରଦାର କରିବା ମୁଡକ ଆସିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏଥର କରୋନା ପାଇଁ ସଭାସମିତ, ପଦଯାତ୍ରା ଆଦି ମନା । କେବଳ ୫ ଜଣଙ୍କୁ ନେଇ ପ୍ରାର୍ଥୀ କରିବା ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ । କୋଭିଡ ଗାଇଡଲାଇନରେ ଘର ଘର ବୁଲି ଜନସମର୍ଥନ ଲୋଡ଼ିବେ । ଡିଜିଟାଲ୍ ମିଡିଆରେ ବି ପ୍ରଚାର କରିପାରିବେ ପ୍ରାର୍ଥୀ ।
ଫେବ୍ରୁଆରୀ ୧୪ରୁ ପାଞ୍ଚଟି ପର୍ୟ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେବ । ୨୪ ତାରିଖରେ ସରିବ ଭୋଟିଂ । ଏହାପରେ ଫେବ୍ରୁଆରୀ ୨୬, ୨୭ ଓ ୨୮ ତିନି ଦିନ ସେଣ୍ଟ୍ରାଲ୍ କାଉଣ୍ଟିଂ ହେବ ଓ ଫଳାଫଳ ପ୍ରକାଶ ପାଇବ ।
Comments are closed.