Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଏମସିର ୧୦୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଓଡିଶାର ଲୋକମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ‘ଓଏମସି’ ପକ୍ଷରୁ ୧୦୦ କୋଟି ଟଙ୍କା ପ୍ରଦାନ କରଯାଇଛି ।

ଓଡିଶା ଖଣି ନିଗମ (ଓଏମସି)ର ବରିଷ୍ଠ ଅଧିକାରୀ ତଥା ଚେୟାରମ୍ୟାନ ସଞ୍ଜିବ ଚୋପ୍ରା ଏବଂ ଏମଡି ଭିନିଲ୍ କ୍ରିଷ୍ଣା ପ୍ରମୁଖ ଏହି ଅର୍ଥ ରାଶିକୁ .ଚେକ ଆକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଛନ୍ତି ।

ସୂଚନାଯୋଗ୍ୟ, ମେ’ ୩ ତାରିଖ ଦିନ ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ବର୍ଷା ଓ ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗରେ ପବନ ବୋହିବା ଫଳରେ ପୁରୀ, ଭୁବନେଶ୍ୱର, କଟକ ଏବଂ ଖୋର୍ଦ୍ଧା ଆଦି ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାବ୍ୟତିତ ଉପକୂଳ ଓଡ଼ିଶାରେ ମଧ୍ୟ ଅକଳନୀୟ କ୍ଷତି ଘଟିଛି।

Leave A Reply

Your email address will not be published.