Latest Odisha News

BREAKING NEWS

ଅତରଙ୍ଗୀ ରେ ପରେ ଧନୁଷଙ୍କ ହାତରେ ଆଉ ୨ ବଲିଉଡ ଫିଲ୍ମ

ମୁମ୍ବାଇ: ଦକ୍ଷିଣ ଭାରତର ସୁପରଷ୍ଟାର ଧନୁଷଙ୍କ ଲୋକପ୍ରିୟତା ବଲିଉଡରେ ବଢ଼ିବାରେ ଲାଗିଛି । ଆନନ୍ଦ ଏଲ ରାୟଙ୍କ ଅତରଙ୍ଗୀ ରେ ପରେ ଧନୁଷ ଏବେ ବଲିଉଡର ୨ଟି ମେଗା ବଜେଟ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିରେ ତାଙ୍କ ପ୍ରିୟ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ଆଉ ଏକ ଫିଲ୍ମ ରହିଛି । ପୂର୍ବରୁ ଉଭୟ ରାନଝାରେ ମଧ୍ୟ ଏକତ୍ର କାମ କରିଥିଲେ । ଏହା ସମ୍ପୂର୍ଣ୍ଣ ଭାବେ ଏକ କମର୍ସିଆଲ ଫିଲ୍ମ ହେବ । ସେହିପରି ପ୍ରସିଦ୍ଧ ପ୍ରଡକ୍ସନ ହାଉସର ଏକ ବିଗ ବଜେଟ ଫିଲ୍ମରେ ସେ ଅଭିନୟ କରିବେ ।

ଅତରଙ୍ଗୀ ରେ ପରେ ବଲିଉଡ ଇଣ୍ଡଷ୍ଟ୍ରି ଧନୁଷଙ୍କୁ ଫିଲ୍ମରେ ନେବା ପାଇଁ ଉତ୍କଣ୍ଠା ପ୍ରକାଶ କରିଛନ୍ତି । ଉଚ୍ଚକୋଟୀର ଅଭିନୟ ପାଇଁ ଧନୁଷ ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଦାମୀ ଚେହେରା ପାଲଟିଛନ୍ତି ।

Comments are closed, but trackbacks and pingbacks are open.