Latest Odisha News

BREAKING NEWS

ଖୁବଶୀଘ୍ର ଦେଶରେ ଉପଲବ୍ଧ ହେବ କୋଭିଡର ନାଜାଲ ଡୋଜ୍

ନୂଆଦିଲ୍ଲୀ : ଖୁବଶୀଘ୍ର ଦେଶରେ ଉପଲବ୍ଧ ହେବ କୋଭିଡର ନାଜାଲ ଡୋଜ୍ । ନାଜାଲ କୋଭିଡ ବୁଷ୍ଟରର ଟ୍ରାଏଲ ଲାଗି ଭାରତ ବାୟୋଟେକକୁ ଅନୁମତି ଦେଇଛନ୍ତି ଡିସିଜିଆଇ । ଏହି ପ୍ରକ୍ରିୟାରେ ୯୦୦ରୁ ଅଧିକ ବିଷୟରେ ଗବେଷଣା ଲାଗି ଭାରତ ବାୟୋଟେକକୁ ଅନୁମତି ଦିଆଯାଇଛି । ଇଣ୍ଟର ନାଜାଲ କୋଭିଡ ବୁଷ୍ଟରର ଟ୍ରାଏଲ ସଫଳ ହେଲେ ଏହି ସଞ୍ଜୀବନୀକୁ ସହଜରେ ଦେଶରେ ବ୍ୟବହାର କରାଯାଇପାରିବ । ଡିସିଜିଆଇର ବିଷୟଗତ ବିଶେଷଜ୍ଞ କମିଟି ବା ଏସଇସି ଏହି ଡୋଜର ଫେଜ-୩ ଟ୍ରାଏଲ ଲାଗି ଭାରତ ବାୟୋଟେକକୁ ଅନୁମତି ଦେଇଛନ୍ତି ।

ଯଦି ଏହା ସମସ୍ତ ସଫଳତା ଲାଭ କରେ ତେବେ ଏହା ହେବ ଦେଶର ପ୍ରଥମ ନାଜାଲ ଭ୍ୟାକ୍ସିନ । ଗତ ୩ ସପ୍ତାହ ତଳେ ପ୍ରୋଟୋକଲ ଦାଖଲ କରିବା ଲାଗି ଭାରତ ବାୟୋଟେକକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନାଜାଲ ଡୋଜ ଯୋଗୁ କରୋନା ଭାରିଆଣ୍ଟ ଶରୀରରେ ପ୍ରବେଶ କରିପାରି ନଥାଏ । ଓମିକ୍ରନ ପରି ମାରାତ୍ମକ ଭୂତାଣୁର ସଫଳ ମୁକାବିଲା ଲାଗି ସକ୍ଷମ ହୋଇପାରିବ ନାଜାଲ ଡୋଜ । ଦେଶରେ କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ-ଭି କୋଭିଡ ଟିକା ଭାବେ ବ୍ୟବହୃତ ହେଉଥିବା ବେଳେ, ବର୍ତ୍ତମାନ ସୁଦ୍ଧା ନାଜାଲ ଡୋଜ ଆସିନାହିଁ ।

Comments are closed.