ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ମେ’ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।
ମ୍ୟାଟ୍ରିକ୍ ପରୀକ୍ଷା ଫଳାଫଳ ମେ’ ପ୍ରଥମ ସପ୍ତାହରେ ପ୍ରକାଶିତ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ପରେ ମେ’ ୩ ତାରିଖରେ ହୋଇଥିବା ପ୍ରଳୟଙ୍କାରୀ ବାତ୍ୟା ‘ଫନି’ ଯୋଗୁଁ ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥା ଟେଲିକମ୍ ସେବା ବାଧାପ୍ରାପ୍ତ ହେବା କାରଣରୁ ଏହାକୁ ସ୍ଥଗିତ କରାଯାଇଥିଲା ।
ସୂଚନାଯୋଗ୍ୟ, ଏଚଏସସି, ମଧ୍ୟମା ଓ ଓଡିଶା ଓପନ୍ ସ୍କୁଲ୍ ଆଦିର ପରୀକ୍ଷା ଫେବୃଆରୀ ୨୪ରୁ ମାର୍ଚ୍ଚ ୯ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏକାସମୟରେ ଉଭୟ ଅନଲାଇନ୍ ଓ ଅଫଲାଇନରେ ସମସ୍ତ ପରୀକ୍ଷା ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ମାର୍ଚ୍ଚ ୨୫ ତାରିଖରୁ ଅପ୍ରେଲ୍ ୫ ତାରିଖ ମଧ୍ୟରେ ଆୟୋଜିତ କରାଯାଇଥିଲା ।
ତେବେ ଏସବୁ ସତ୍ୱେ ନିର୍ଭୁଲ ପରୀକ୍ଷା ଫଳାଫଳ ଓ ତ୍ରୁଟିଶୂନ୍ୟ କରିବାକୁ ସମୟ ଲାଗୁଥିବା କାରଣରୁ ନିର୍ଦ୍ଧିଷ୍ଟ ତାରିଖ କେବେ ନକହି ମେ ମାସ ତୃତୀୟ ସପ୍ତାହରେ ରେଜଲ୍ଟ ବାହାର କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସୁତ୍ରରୁ ପ୍ରକାଶ ।
Comments are closed.