Latest Odisha News

BREAKING NEWS

ଭଦ୍ରକ: ଚିକିତ୍ସା ଅବହେଳାରୁ ନାବାଳିକାର ମୃତ୍ୟୁକୁ ନେଇ ଡ଼ାକ୍ତରଖାନାରେ ତୁମୁଳକାଣ୍ଡ

ଭଦ୍ରକ : ଡ଼ାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତୁମୁଳକାଣ୍ଡ ସୃଷ୍ଟି ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଦହିପୁର ଗ୍ରାମର ନାବାଳିକା ଦେବସ୍ମିତା ମଲ୍ଲିକ ଭଦ୍ରକ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।

ତେବେ ମଙ୍ଗଳବାର ସକାଳେ ରୋଗୀର ମୃତ୍ୟୁକୁ କେନ୍ଦ୍ର କରି ଡ଼ାକ୍ତରଖାନାରେ ରୋଗୀର ପରିବାରବର୍ଗ ତଥା ଗ୍ରାମବାସୀମାନେ ଡ଼ାକ୍ତର ତଥା ଡ଼ାକ୍ତରଖାନାର କର୍ମଚାରୀମାନଙ୍କ ସହିତ ବଚସା ହୋଇଥିଲା । ତେବେ ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଡ଼ାକ୍ତରଖାନା ପରିସରରେ ବିଶୃଙ୍ଖଳା ସୃଷ୍ଟି ହୋଇଛି ।

ଭୁଲ ଓøଷଧ ଦେବାରୁ ନାବାଳିକାଟିର ମୃତ୍ୟୁ ହୋଇଥିବାରୁ ଡ଼ାକ୍ତର ତଥା କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ରୋଗୀର ପରିବାରବର୍ଗ ଦାବି କରିଛନ୍ତି । ଦୋଷୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଡ଼ାକ୍ତରଖାନା ପରିସର ନଛାଡ଼ିବାକୁ ଜିଦ ଧରିବସିଛନ୍ତି ମୃତା ରୋଗୀର ପରିବାରବର୍ଗ ।

ସୂଚନାଯୋଗ୍ୟ ସୋମବାର ରାତିରେ ଭୀଷଣ ପେଟ ବିନ୍ଧିବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଦେବସ୍ମିତାଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.