ୱାଶିଂଟନ: ସିରିୟାରେ ଆତଙ୍କରାଜ ଚଳାଇଥିବା ଆଇଏସ ମୁଖ୍ୟ ଅବୁ ଇବ୍ରାହିମ ଅଲ ହାଶିମି ଆମେରିକା ସେନା ଗୁଳିଲେ ଟଳିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଜେ ଏହି ସୂଚନା ଦେଇଛନ୍ତି । ସେନାର ସ୍ପେଶାଲ ଗ୍ରୁପ ଏହି ମିଶନ ସଫଳ କରାଇଥିଲେ । ପୂର୍ବରୁ ସିରିୟାରେ ୧୩ଜଣ ନିରୀହ ବ୍ୟକ୍ତି ମୃତ୍ୟୁବରଣ କରିଥିବା ନେଇ ଖବର ପ୍ରକାଶ ପାଇଥିଲା । ବାଇଡେନ କହିଛନ୍ତି ଯେ, ଆମେରିକା ସେନାଙ୍କ କୌଶଳ ଓ ବାହାଦୁରୀ ଆଗରେ ଆତଙ୍କବାଦୀ ହାର ମାନିଛନ୍ତି ।
କୌଣସି ଯବାନ ମୃତାହତ ହୋଇ ନାହାନ୍ତି ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ସିରିୟାରେ ପ୍ରଥମ ଥର ପାଇଁ ଆମେରିକା ପକ୍ଷରୁ ଏ ଭଳି ସୈନ୍ୟ ଅଭିଯାନ କରାଯାଇଛି । ୨୦୧୯ରେ ଅବୁ ବକର ଅଲ ଅଲ ବାଗଦାଦୀଙ୍କୁ ମଧ୍ୟ ଆମେରିକା ସେନା ମାରିଥିଲେ ।
Comments are closed.