ନୂଆଦିଲ୍ଲୀ: ରଣଜୀ ଟ୍ରଫି ପାଇଁ ବାଜିଛି ବିଗୁଲ୍ । ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ବିସିସିଆଦ୍ୱାରା ଆୟୋଜିତ ଏହି ମେଗା ଘରୋଇ ଟୁର୍ଣ୍ଣାମେଣ୍ଟ । ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଦୀର୍ଘଦିନ ପରେ ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ଏହି ଟୁର୍ଣ୍ଣାମେଣ୍ଟ ହୋଷ୍ଟ କରିବାକୁ ସୁଯୋଗ ମିଳିଛି ।
ଏଲିଟ୍ ଗୃପ-ବି’ ର ମ୍ୟାଚଗୁଡ଼ିକୁ ପରିଚାଳନା ଓସିଏ କରିବାକୁ ଥିବା ବେଳେ ଗୃପ – ବି’ରେ ରହିଛି ବେଙ୍ଗଲ, ବରୋଦା, ହାଇଦ୍ରାବାଦ ଓ ଚଣ୍ଡିଗଡ । ଓଡ଼ିଶାର ଦୁଇଟି ଭେନ୍ୟୁ ହେବ ଟୁର୍ଣ୍ଣାମେଣ୍ଟର ମ୍ୟାଚଗୁଡ଼ିକ ଆୟୋଜିତ ହେବ ।
ସେହିପରି ରଣଜୀ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦଳ ଏଲିଟ୍ -ଗୃପ ଡି’ ରେ ସାମିଲ ହୋଇଥିବା ବେଳେ ଏଲିଟ୍ -ଗୃପ ଡି’ ରେ ଓଡ଼ିଶା ସହ ସୌରାଷ୍ଟ, ମୁମ୍ବାଇ ଓ ଗୋଆ ସାମିଲ ଅଛନ୍ତି । ଓଡ଼ିଶା ଟିମ ଅମଦାବାଦରେ ତାର ସମସ୍ତ ମ୍ୟାଚ ଖେଳିବ ବୋଲି ଫିକ୍ସର ଜାରି କରିଛି ବିସିସିଆଇ ।
Comments are closed.