Latest Odisha News

[ଦେଖନ୍ତୁ ଭିଡିଓ] ନିର୍ବାଚନ। ମଇଦାନରେ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର

ଜଗତସିଂହପୁର: ଆଗକୁ ପଞ୍ଚାୟତ ନିର୍ବାଚନ। ମଇଦାନରେ ପ୍ରାର୍ଥୀ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର । ଘର ଘର ବୁଲି ବୁଲି ପ୍ରାର୍ଥୀ ମାନେ ଭୋଟ ଭିକ୍ଷା କରୁଥିବା ବେଳେ କିଛି ହେଭିେଓ୍ବଟଙ୍କୁ ବି ଦେଖଇବାକୁ ମିଳିଛି । ସେହିଭଳି ଜଗତସିଂହପୁରରେ ମଧ୍ୟ ଜୋରଦାର ଚାଲିଛି ନିର୍ବାଚନୀ ଲଢେଇ ।

BjdElectrycity

ଜଗତସିଂହପୁର ଜିଲ୍ଲା ପରିଷଦର ୨ନଂ ଜୋନ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ପ୍ରଚାରକୁ ଜୋରଦାର କରାଯାଇଛି । ବିଶେଷ କରି ଯଶୋବନ୍ତପୁର, ଖଇରଙ୍ଗ , ଜଂକୋଠୀ ଏବଂ ଆଳିପିଙ୍ଗଳ ପ୍ରଭୂତି ପଞ୍ଚାୟତରେ ପ୍ରଚାର ପ୍ରକ୍ରିୟାକୁ ଜୋରଦାର କରାଯିବା ସହ ପ୍ରାର୍ଥୀମାନେ ଘର ଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ।

ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ନିଜ ଦଳର ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ମାନଙ୍କୁ ସାଙ୍ଗରେ ଧରି ଗାଁ ଗାଁ ବୁଲି ଭୋଟ୍ ଭିକ୍ଷା କରୁଥିବାର ଦେଖା ଯାଉଛି । ମୁଖ୍ୟତଃ ଖଇରଙ୍ଗ ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ଚଳିତ ନିର୍ବାଚନରେ ପୂର୍ବତନ ବ୍ଳକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବାରୁ ସମ୍ପୃକ୍ତ ପଞ୍ଚାୟତର ନିର୍ବାଚନୀ ମାହୋଲ ଏକରକମ ସରଗରମ ହୋଇପଡ଼ିଛି ।

ସେହିଭଳି ଯଶୋବନ୍ତପୁର ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀନୀ ଲିପିକା ଦାସ, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଷ୍ଣୁ ଦାସଙ୍କ ଭଣଜା ବୋହୂ ଏହି ଆସନ ଟିକୁ ହାତେଇବାକୁ ଶାସକ ଦଳ ଜୋରଦାର ପ୍ରୟାସ କରୁଛି ।

ସେହିଭଳି ଏହି ଜୋନର ଅନ୍ୟତମ ପ୍ରଭାବଶାଳୀ ଯୁବନେତା ତଥା ପୂର୍ବତନ ପଞ୍ଚାୟତ ସମିତିସଭ୍ୟ ସୂର୍ଯ୍ୟ ପଲାଉରୀଙ୍କ ଧର୍ମପତ୍ନୀ ରୋଜାଲିନ ଦାସ ଏବଂ ରୁନା ବେହେରାଙ୍କ ମଧ୍ୟରେ ଘମାଘୋଟ ଲଢେଇ ହେବାର ସମ୍ଭାବନା ରହିଛି।

ଏହି ଜୋନ ରେ ଜିଲ୍ଲାର ପ୍ରାୟ ହେଭିୱେଟ ପ୍ରାର୍ଥୀ ମାନେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବାରୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ଏହି ଜୋନ ଏବଂ ଜୋନ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ଜୋରଦାର ଲଢେ଼ଇ ହେବ ।

Comments are closed, but trackbacks and pingbacks are open.