Latest Odisha News

BREAKING NEWS

ଲତା ଓ ରାଜ ସିଂହଙ୍କ ବହୁ ଚର୍ଚ୍ଚିତ ପ୍ରେମ କାହାଣୀ

ନୂଆଦିଲ୍ଲୀ: ଲତା ଥିଲେ ଏକ ଆଦର୍ଶର ଉଦାହରଣ । ସେ ଛାଡ଼ିଯାଇଥିବା ଶୂନ୍ୟସ୍ଥାନ କେବେ ବି ପୂରଣ ହୋଇ ପାରିବ ନାହିଁ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିଜ ପ୍ରେମ ପାଇଁ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ବିବାହ କରିନଥିଲେ ।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ଲତା ମଙ୍ଗେସକରଙ୍କ ବିବାହ ନକରିବା ପଛରେ ଦୁଇଟି ପ୍ରମୁଖ କାରଣ ରହିଥିଲା । ପ୍ରଥମତଃ ବାପାଙ୍କ ଦେହାନ୍ତ ପରେ ଖୁବ କମ୍ ବୟସରେ ହିଁ ଲତାଙ୍କୁ ଉପରେ ପରିବାରର ବୋଝ ପଡ଼ିଥିଲା । ଏମିତିକି ନିଜ କ୍ୟାରିୟରରୁ ଆରମ୍ଭ କରି ଭାଇ ଭଉଣୀ ସମସ୍ତଙ୍କ ଦେଖାରଖା କରୁ କରୁ ସେ କେବେ ବି ନିଜକୁ ସମୟ ଦେଇ ପାରି ନଥିଲେ ।

କିନ୍ତୁ ବର୍ଷ ପରେ ବର୍ଷ ବିତିବାରେ ଲାଗିଲା । ସମୟ ତାଙ୍କ ପାଇଁ ଥରେ ଅଟକିଲା । ଆଉ ଶେଷରେ ଡ଼ୁଙ୍ଗରପୁରର ରାଜକୁମାର ରାଜ ସିଂହଙ୍କ ପ୍ରେମରେ ପଡ଼ିଥିଲେ ଲତା । କିନ୍ତୁ ପ୍ରେମର ପ୍ରାପ୍ତି ତାଙ୍କ ଭାଗ୍ୟରେ ନଥିଲା ।

କ୍ରିକେଟର ତଥା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ର ପୂର୍ବ ଅଧ୍ୟକ୍ଷ ତଥା ସଭାପତି ରାଜ ସିଂ ଡୁଙ୍ଗରପୁର ଲତା ମଙ୍ଗେସକରଙ୍କ ଭାଇ ହୃଦୟନାଥ ମଙ୍ଗେସକରଙ୍କ ବହୁ ଘନିଷ୍ଠ ବନ୍ଧୁ ଥିଲେ। ରାଜ ସିଂ ରାଜସ୍ଥାନର ରାଜ ପରିବାରରୁ ଥିଲେ । ଡୁଙ୍ଗରପୁରର ତତ୍କାଳୀନ ରାଜା ସ୍ୱର୍ଗୀୟ ମହାରାୱାଲ ଲକ୍ଷ୍ମଣ ସିଂହଜୀଙ୍କ ସାନପୁଅ ଥିଲେ। ଦୁହିଁଙ୍କ ମଧ୍ୟରେ ଦେଖା ସାକ୍ଷାତ ହେଉଥିଲା । ଧିରେ ଧିରେ ଦୁହେଁ ନିକଟତର ହୋଇଥିଲା । ପରସ୍ପର ଭଲ ପାଇ ବସିଥିଲେ ।

ଉଭୟ ଏହି ପ୍ରେମର ସମ୍ପର୍କୁ ଆଗକୁ ବଢାଇବା ପାଇଁ ବିବାହ କରିବାକୁ ସ୍ଥିର କରିଥିଲେ । କିନ୍ତୁ ଯେତେବେଳେ ମହାରାୱାଲ ଲକ୍ଷ୍ମଣ ସିଂହଜୀ ଏସବୁ ବିଷୟରେ ଜାଣିଥିଲେ ସେତେବେଳେ ବିବାହ କରିବାକୁ ମନା କରିଦେଇଥିଲେ। ଏହାର କାରଣ ହେଲା ଲତା ମଙ୍ଗେସକର ଏକ ରାଜ ପରିବାରର ନୁହଁନ୍ତି । ମହାରାୱାଲ ଲକ୍ଷ୍ମଣ ତାଙ୍କ ପୁଅ ରାଜ ସିଂଙ୍କୁ ଜଣେ ସାଧାରଣ ଝିଅ ସହିତ ବିବାହ କରେଇବାକୁ ଚାହୁଁନଥିଲେ। ଏହା ପରେ ଲତା ମଙ୍ଗେସକର ସାରା ଜୀବନ କୁଆଁରୀ ରହିଥିଲେ ।

Comments are closed.