Latest Odisha News

[ଦେଖନ୍ତୁ ଭିଡିଓ] ସଙ୍ଗୀତ ଜଗତର ଶୂନ୍ୟ ସ୍ଥାନ …ଅଲବିଦା ବାପି ଦା’

ମୁମ୍ୱାଇ: ଲିଭିଗଲା ସଙ୍ଗୀତ ଜଗତର ଆଉ ଏକ ଦୀପ ଶିଖା। ଶୁଣିବାକୁ ମିଳିବନି ତାଙ୍କର ମତୁଆଲା କରିଦେଉଥିବା ସଙ୍ଗୀତର ଧୂନ୍ । ସବୁଦିନ ପାଇଁ ଚାଲିଯାଇଛନ୍ତି ସଙ୍ଗୀତ ଜଗତର ଏହି ମହାନ୍ କିମ୍ବଦନ୍ତୀ ଗାୟକ ଗୋଲଡେନ୍ ମ୍ୟାନ୍ ବାପି ଦା’ ଓରଫ ବାପି ଲାହିରି।କିଛି ଦିନ ତଳେ ସୁର ସାମ୍ରାଜ୍ଞୀ ଲତାଙ୍କ ନିଧନ ପରେ ଏବେ ହଠାତ୍ ବାପିଙ୍କ ଦେହାନ୍ତ ସଙ୍ଗୀତ ଜଗତରେ ଦୁଇ ଦୁଇଟି ଶୂନ୍ୟସ୍ଥାନ ସୃଷ୍ଟି କରିଛି।କିଛି ଦିନ ଧରି ସେ ଅସୁସ୍ଥ ରହିଥିବା ବେଳେ ତାଙ୍କୁ ମୁମ୍ବାଇର କ୍ରିଟିକେୟାର ହସପିଟାଲେରେ ଭର୍ତ୍ତି କରାଯାଇଥିଲା। ଶେଷରେ ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସେ । ବାପିଙ୍କ ପ୍ରକୃତ ନାଁ ହେଉଛି ଅଲୋକେଶ ଲାହିରୀ । ମାତ୍ର ଇଣ୍ଡଷ୍ଟ୍ରୀରେ ସେ ବାପି ଲାହିରୀ ନାଁରେ ବେଶ ଜଣାଶୁଣା।

ବଲିଉଡର ଡିିସ୍କୋ କିଙ୍ଗ ଭାବେ ଜଣାଶୁଣା ହେଉଛନ୍ତି ବାପି । ୧୯୭୩ ମସିହାର ଚଳଚ୍ଚିତ୍ର ‘ନହ୍ନା ଶିକାରୀ’ରେ ସଙ୍ଗୀତ ନିର୍ଦେଶନା ଦେଇ ପ୍ରଥମେ ସେ ସଙ୍ଗୀତ ନିର୍ଦେଶନା କ୍ଷେତ୍ରରେ ପାଦ ଦେଇଥିଲେ। ପ୍ରଥମେ ସେ କିଶୋର କୁମାରଙ୍କ ଚଳଚ୍ଚିତ୍ର ‘ବଢ୍ତିକା ନାମ୍ ଦାଢ଼ି’ ଚଳଚ୍ଚିତ୍ରରେ ଜଣେ ଅଭିନେତା ଭାବରେ ବଲିଉଡ୍ ପ୍ରବେଶ କରିଥିଲେ। ସେ ଉଦୟଶଙ୍କର ପାଣିଙ୍କ ଓଡ଼ିଆ-ବଙ୍ଗଳା ଦ୍ବିଭାଷୀ ଛବି ‘ମିଛ ମାୟା ସଂସାର’ରେ ବି ସଙ୍ଗୀତ ନିର୍ଦେଶନା ଦେଇଥିଲେ।୧୯୮୦ ଏବଂ ୧୯୯୦ ଦଶକରେ ବାପି ଲାହିରି ତାଙ୍କ କ୍ୟାରିୟର୍ର ଶୀର୍ଷରେ ଥିଲେ। ବଲିଉଡ୍ରେ ଡିସ୍କୋ ସଙ୍ଗୀତ ଧାରାକୁ ଜନପ୍ରିୟ କରାଇଥିବା ବାପି ଲାହିରିଙ୍କ ସଙ୍ଗୀତ ଥିବା ପ୍ରମୁଖ ଚଳଚ୍ଚିତ ମଧ୍ୟରେ ରହିଛି, ‘ହିମତ୍ୱାଲା’, ‘ତୋଫା’, ‘ଡିସ୍କୋ ଡ୍ୟାନ୍ସର୍’, ‘ଚଲ୍ତେ ଚଲ୍ତେ’, ‘ଶରାବି’, ‘ମୱାଲି’, ‘ଜଷ୍ଟିସ୍ ଚୌଧୁରୀ’, ‘ଦଲାଲ୍’ ଏବଂ ୨୦୨୦ରେ ‘ବାଗି୩’।

ବାପି ଲାହିରିଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଗଭୀର ଶ୍ରଦ୍ଧାଞଳି . . .

Comments are closed.