Latest Odisha News

ସୁଷମା ଲେଙ୍କାଙ୍କ ‘ନୂଆ ସକାଳର ସୂର୍ଯ୍ୟ’ ଏବଂ ‘ଶ୍ରୀକ୍ଷେତ୍ର ମହିମା’ ଉନ୍ମୋଚିତ

ଭୁବନେଶ୍ୱର : ଲେଖିକା ସୁଷମା ଲେଙ୍କାଙ୍କ ଗଳ୍ପ ସଙ୍କଳନ “ନୂଆ ସକାଳର ସୂର୍ଯ୍ୟ” ଏବଂ ଗୀତି କବିତା ସଙ୍କଳନ “ଶ୍ରୀକ୍ଷେତ୍ର ମହିମା ” ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି

ସାଧାରଣ ମଧ୍ୟବିତ୍ତ ପରିବାରର ମଣିଷଟିଏ ଦୈନନ୍ଦିନ ଜୀବନରେ ସାମ୍ନା କରୁଥିବା ଅନେକ ପରିସ୍ଥିତିକୁ ନେଇ ଇ ଗାଳ୍ପିକା ୨୧ଟି ଗଳ୍ପର ସମାହାରରେ ଗଳ୍ପ ସଙ୍କଳନଟି ସମୃଦ୍ଧ ହୋଇଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତିରସରେ ୫୯ଟି ଗୀତିକବିତାରେ କବିତା ସଙ୍କଳନଟି ପରିପୂର୍ଣ୍ଣ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଓଡ଼ିଶା ଲେଖିକା ସଂସଦର ସେକ୍ରେଟାରୀ ଶକୁନ୍ତଳା ବଳିୟାର ସିଂହ ଏବଂ ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ କବି ରକ୍ଷକ ନାୟକ ଉପସ୍ଥିତ ଥିଲେ।

Comments are closed.