ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିବା ବୁଥରେ ହେବ ସାନି ମତଦାନ । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୫ ଟି ବୁଥ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଟି ବୁଥରେ ସାନି ମତଦାନ ହେବ । ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ମିଳିଛି । ଫେବୃୟାରୀ ୨୩ ତାରିଖରେ ଯାଜପୁର ,ଢେଙ୍କାନାଳ, ପୁରୀ , ଭଦ୍ରକରେ ୪୫ଟି ବୁଥରେ ସାନି ମତଦାନ ହେବ ବୋଲି ଜଣାପଡିଛି।
। ଭୋଟିଂ ପକ୍ରିୟା ସକାଳ ୯ ଟାରୁ ଅପରାହ୍ନ ୩ ଟା ଯାଏଁ ଚାଲିବ । ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି ।୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ଓ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି ।ମତଦାନ ସମୟେରେ କିଛି ବୁଥରେ ବିଶୃଙ୍ଖଳା ଦେଖାଦେଇଥିଲା । କିଛି ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି ହେବାରୁ ନିର୍ବାଚନ ବନ୍ଦ ରହିଥିଲା । ଏହି ସବୁ ବୁଥ୍ ଗୁଡିକରେ ସାନି କରିବା ପାଇଁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି ।
Comments are closed.