Latest Odisha News

ୟୁକ୍ରେନ ପ୍ରସଙ୍ଗରେ ଋଷ ବିରୋଧରେ ମହାଶକ୍ତିଙ୍କ ମେଳି

ମସ୍କୋ : ୟୁକ୍ରେନ ପ୍ରସଙ୍ଗରେ ଋଷ ବିରୋଧରେ ମହାଶକ୍ତିଙ୍କ ମେଳି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ଘୋଷଣାକୁ ନିନ୍ଦା କରିଛନ୍ତି ଜାତିସଂଘ ନିରାପତ୍ତା ପରିଷଦ ମହାସଚିବ ଆଣ୍ଟୋନିଓ ଗୁଟେରସ, ଆମେରିକା ରାଷ୍ଟ୍ରପତି ଜୋ ବିଡେନ, ଜର୍ମାନୀ ଚାନସେଲର ଓଲାଫ ସ୍କଜ ଓ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ଏହାସହ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ମଧ୍ୟ ଏହାକୁ କଡ଼ା ବିରୋଧ କରିଛନ୍ତି । ଋଷ ବିରୋଧର କଡା ପଦକ୍ଷେପ ନେବାକୁ ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ।

ସ୍ଥିତିର ସମୀକ୍ଷା ଲାଗି ବ୍ରିଟେନ ୧୦- ଡାଉନିଂ ଷ୍ଟ୍ରିଟରେ ଅନୁଷ୍ଠିତ ହୋଇଛି ଜରୁରୀ କୋବ୍ରା କମିଟି ବେଠକ । ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦେଶରେ ତୁଙ୍ଗ ନିରାପତ୍ତା କର୍ମକର୍ତ୍ତାଙ୍କ ସହ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ସେହିପରି ପୁଟିନଙ୍କ ପଦକ୍ଷେପକୁ ସମାଲୋଚନା କରିଛନ୍ତି ନାଟୋ ମୁଖ୍ୟ ଜେନସ ଷ୍ଟୋଲଟନ ବର୍ଗ । ଶକ୍ତିଶାଳୀ ରାଷ୍ଟ୍ରଙ୍କ ସପକ୍ଷରେ ବି ବାହାରିଛି ଜାପାନ । ପ୍ରଧାନମନ୍ତ୍ରୀ ଫୁମିଓ କିସିଡା ୟୁକ୍ରେନ ପ୍ରତି ସମର୍ଥନ ଜଣାଇବା ସହ ପୁଟିନଙ୍କ ପଦକ୍ଷେପକୁ ବିରୋଧ କରିଛନ୍ତି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ ମଧ୍ୟ ପୁଟିନଙ୍କ ପଦକ୍ଷେପକୁ ବିରୋଧ କରିଛନ୍ତି । ସେପଟେ ଋଷକୁ ସମର୍ଥନ କରୁଥିବା ଚୀନ କହିଛି, ଏହି ସଙ୍କଟ କ୍ଷେତ୍ରରେ ସମସ୍ତ ପକ୍ଷ ଆଲୋଚନାକୁ ଆସନ୍ତୁ ।

Comments are closed.