Latest Odisha News

ୟୁକ୍ରେନରେ ଫସିଥିବା ଓଡିଆଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଋଷ୍ ଓ ୟୁକ୍ରେନ ମଧ୍ୟରେ ଦୁଇ ଦିନ ଧରି ଜାରି ରହିଛି ଯୁଦ୍ଧ । ୟୁକ୍ରେନରେ ଫସିଥିବା ଓଡିଆ ଛାତ୍ର ଓ ଶ୍ରମିକ ମାନଙ୍କୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବୈଦେଶୀକ ବ୍ୟାପାର ମନ୍ତ୍ରୀ ଶ୍ରୀ ଏସ୍ . ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି । ୟୁକ୍ରେନରେ ଅଟକିଥିବା ଓଡିଆ ଛାତ୍ର ଓ ଶ୍ରମିକଙ୍କ ନିରାପଦ ଭାବରେ ଫେରିବେ ସେ ବିଷୟରେ ଜୟ ଶଙ୍କରଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

ଓଡିଆ ମାନଙ୍କୁ ନିପାପଦ ଭାବେ ସ୍ତାନାନ୍ତର କରିବା ପାଇଁ ଶ୍ରୀ ଜୟ ଶଙ୍କର ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ମଧ୍ୟ ଦେଇଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଏହି ପ୍ରସଙ୍ଗରେ କଥା ହୋଇଥିଲେ ।ଏବଂ ୟୁକ୍ରେନରେ ଓଡିଆ ଛାତ୍ରଙ୍କୁ ଫେରାଇ ଆଣିବା ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।ସୂଚନା ଅନୁସାରେ ୟୁକ୍ରେନ ସହରକୁ ଋଷ୍ ଘେରି ରହିଛି । ଉଭୟ ପଟୁ ଆକ୍ରମଣ କରି ଚାଲିଛି ଋଷ୍ ।

ଏହି ସମୟେରେ ୟୁକ୍ରେନରେ ବହୁ ଛାତ୍ରଛାତ୍ରୀଙ୍କ ସମେତ ଅନେକ ଶ୍ରମିକ ମଧ୍ୟ ଫସି ରହିଛନ୍ତି। ଭାରତୀୟ ମାନଙ୍କୁ ଉଦ୍ଧାର ପ୍ରସଙ୍ଗରେ ୟୁକ୍ରେନ ସହ କଥାବାର୍ତ୍ତା ଜାରି ରଖିଛନ୍ତି ବୈଦେଶୀକ ବ୍ୟାପାର ମନ୍ତ୍ରୀ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

Comments are closed.