ଭୁବନେଶ୍ୱର : ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ସମୟରେ ୟୁକ୍ରେନରେ ଫସି ରହିଥିବା ଓଡିଆ ଲୋକମାନଙ୍କ ପାଇଁ ରାଜ୍ୟ ବିଜେପିର ହେଲ୍ପ ଲାଇନ ନମ୍ବର ଜାରି । ଏହି ଯୁଦ୍ଧ ସମୟରେ ଭାରତୀୟ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ଯୁଦ୍ଧ କାରଣରୁ ଭାରତୀୟ ମାନେ ସୀମା ପାର ହୋଇ ରୋମାନିଆ ଓ ହଙ୍ଗେରି ଭଳି ଦେଶରେ ଲୁଚି ରହିଛନ୍ତି ।
ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବା ପାଇଁ ମୋଦି ସରକାର ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ପ୍ରବାସୀ ଓଡିଶା ଛାତ୍ରଛାତ୍ରୀଙ୍କୁ ଏବଂ ତାଙ୍କ ପରିବାରକୁ ସହାୟତା ଯୋଗାଇଦେବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ ଗୋଟିଏ ହେଲ୍ପ ଡେସ୍କ ଖୋଲାଯାଇଛି ।
ଫସିଥିବା ଛାତ୍ରଛାତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟମାନେ ସହାୟତା ପାଇଁ (୯୧+) ୬୭୪୨୩୯୩୯୫୫ କୁ ଡାଏଲ କରି ହ୍ୱାଟ୍ସଆପ୍ ନମ୍ବର (୯୧+ )୬୩୭୦୯୫୪୨୦୩ ନମ୍ବର ଜାରି ହୋଇଛି ।ଦାୟିତ୍ୱରେ ଥିବା ରଶ୍ୱୀରଞ୍ଜନ କାନୁନଗୋ ଏବଂ ଲକ୍ଷୀକାନ୍ତ ମିଶ୍ରଙ୍କ ସହିତ ଯୋଗାଯୋଗ ଯୋଗାଯୋଗ କରିବାକୁ ରାଜ୍ୟ ବିଜେପି ସଭାପତି ଅନୁରୋଧ କରିଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ କେନ୍ଦ୍ରମନ୍ତ୍ରୀ ହରଦୀପ ଶିଂହ ପୁରୀ ହଙ୍ଗେରୀ , ଜ୍ୟୋତିରାଦ୍ଧିତ୍ୟ ସିନ୍ଧିଆ ରୋମାନିଆ ଓ ମାଲଡୋଭ କିରେନ ରିଜିଜୁ ସ୍ଲୋଭାକିଆ ଏବଂ ଜେନେରାଲ ଭି.କେ ସିଂହ ପୋଲାଣ୍ଡ ଗସ୍ତ କରି ଫସିରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ବହୁ ସଂଖ୍ୟାରେ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି ।
ୟୁକ୍ରେନ ଏବଂ ପଡୋଶୀ ରାଷ୍ଟ୍ରରେ ଫସି ରହିଥିବା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶତାଧିକ ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତା ପ୍ରକଟ କରିବା ସହିତ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଓଡିଶା ଦାୟିତ୍ୱରେ ଥିବା ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ବିନୋଦ ତାବଡେଙ୍କ ସମେତ ଅନ୍ୟାନ୍ୟ ରଷ୍ଟ୍ରୀୟ ବିଜେପି ନେତୃବୁନ୍ଜଙ୍କ ସହ ଆଲୋଚନା କରିଛନ୍ତି ।
ଓଡିଶା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଓଡିଶାକୁ ଫେରାଇ ଆଣିବା ପାଇଁ ରାଜ୍ୟ ବିଜେପି ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛି ଏବଂ ଅଭିଭାବକ ମାନଙ୍କୁ ଆସ୍ୱସ୍ତ ରହିବା ପାଇଁ କହିଛନ୍ତି । ଏଥିପାଇଁ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି ହୋଇଛି ।
Comments are closed.