ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୭
ସରି.. ତୁମେ କହିଥିଲ କଥା ହବାକୁ, ମୁଁ ଟିକେ..’
ଇଟସ୍ ଓକେ । ସନ୍ଧ୍ୟାରୁ ମାର୍କ କରୁଛି ଆପଣ ଟାୟର୍ଡ ଲାଗୁଛନ୍ତି । ଶୁଅନ୍ତୁ, ମୁଁ ମ୍ୟାନେଜ କରିନେବି ।
ଆରେ ନା ନା..ମୁଁ ଠିକ୍ ଅଛି । ଆଛା ଗପିବା ରୁହ । କୋଉ କଥା..ଆଛା ତୁମେ ଏଥର ଗାଁ କୁ ଯାଇନକି?’
ଯିବି, ୟାଆଡୁ ଟିକେ ଫ୍ରି ହେଲେ ଯିବି ଭାବିଛି ।
ଉଁଉଁଉଁ ଆଉ କୋଉ ଟପିକ୍…. ହୁଁ… କହିଲ ତମେ ଆଜି ଯାଏ କାହିଁକି ବାହା ହେଇନ ।
ହାଃହାଃହାଃ ସୋ ଫନି ! ଏଇଟା ଗୋଟେ ପ୍ରଶ୍ନ? ଓକେ. ଉଁ ‘ଉଁ..ମତେ ଝିଅ ମିଳୁନାହାଁନ୍ତି ।’
ହେଃ ଝିଅ କ’ଣ ମିଳିବେନିମଃ…
ଏମିତି ହ୍ୟାଣ୍ଡସମ୍ ,ଟ୍ୟାଲେଣ୍ଟେଡ୍, ସୋବର ଯୁବକକୁ ଝିଅ ଲାଇନ୍ ଲାଗିବେ । ମିଳୁନାହାଁନ୍ତି କ’ଣ!’
ହାଃ ହାଃ ହାଃ କହିଥିଲି ନା ଥରେ, ଏବେ ଇଛା ନାହିଁ । ସେୟାଡ଼କୁ ଜମା ବି ଭାବିନି । ଆପଣଙ୍କୁ ତ’ ସବୁ କହିଛି ।
ହଁ ଜାଣେ । ହଁ ହଁ ଭୁଲିଗଲି ଭୁଲିଗଲି ତୁମେ ବହୁତ ସାହାଯ୍ୟକାରୀ, ଉଦାର, ଦୟାଶୀଳ, ମନ, ସହନଶୀଳ ଉଁଉଁ ଆଉ କ’ଣ..ସହାନଭୁତି ତୁମ ଭିତରେ ଖୁନ୍ଦି ହେଇ ରହିଛି…ଝିଅ ତୁରନ୍ତ ମିଳିବା କଥା!
ହାଃ ହାଃ ହାଃ ଆପଣ ବି ନା ମ୍ୟାଡ଼ମ ଥରେଥରେ ପୁରା……’
ହେଃ ହେଃ ଦେଖ କେମିତି ନିଦ ଫିଦ ଛାଡ଼ି କୁଆଡେ ଦୌଡ଼ିଲେ ଯେ ଆଉ ତାଙ୍କ ପତ୍ତା ମଳିବନି । ଆରେ ୟାଡୁ ସ୍ୟାଡୁ ଗପବିନି ଯଦି ତମେ ଢୁଳେଇବ, ସଡନ୍ ବ୍ରେକ୍ ମାରିବ । ପୁଣି ମୋ ମୁଣ୍ଡ ପିଟିହବ ।
ନିଦ ଭାଙ୍ଗିବ । ତା’ ଅପେକ୍ଷା ନିଦ ନ ହୋଉ ।’
ହାଃହାଃହାଃ….ୟୁ ଆର୍ ସୋ ସ୍ମାର୍ଟ..
କୁମାର ଏଇ ପଦକ କହିସାରି ଟିକେ ଗମ୍ଭୀର ହେଇଗଲା ।
କେତେ ସହଜରେ ମିଛରେ ମିଛରେ ହସିବାର ଅଭିନୟ କରି ପାରନ୍ତି ଇଏ । ବୁଲି ପଡି ଚାହିଁଲା ବେଳକୁ ମ୍ୟାଡ଼ମଙ୍କ ମୁହଁରେ ହସର ଲହରିଟା ଲାଖିକି ରହିଛି । ସେମିତି ବାହାରକୁ ଚାହିଁ ଛନ୍ତି । ଓଠରେ ହସ , କିନ୍ତୁ ଆଖିରେ ଆଖିଏ ଉଦାସପଣ ସ୍ପଷ୍ଟ ବାରିହେଇ ପଡୁଛି ।
ଯାହା ହେଉ ହସାହସି ହେଇ ରାସ୍ତା କଟିଗଲା ।
ଆଜ୍ଞା, ଏବେ ଆପଣ ଓହ୍ଲାନ୍ତୁ । ମତେ ଫେରିବାକୁ ହବ ।
ଏତେ ରାତିରେ ଏକୁଟିଆ..ବି କ୍ୟାୟର ଫୁଲ୍ ।’
ଇଏସ୍ ମ୍ୟାଡ଼ମ ..ଗୁଡ଼ ନାଇଟ୍ ।
ରଘୁବୀର୍ ଗେଟ୍ ଭିତର ପଟୁ ଲକ୍ କରି ଆଉଟ୍ ହାଉସ୍କୁ ଚାଲିଗଲା । ତା’ ସ୍ତ୍ରୀ ସୁକାନ୍ତି ତାକୁ ଜଗିବସି ଥିବ । ୱାଚମ୍ୟାନ ନିହାତି କୋଉ କଣରେ ପଡି ଢୁଳୋଉଥିବ । ରକି, ଜୋଜୋ ଚଢିଆସିଲେ । ଟିକେ ଘଷିନେସିି ହେଇ , ତା’ ଦିହ ମୁଣ୍ଡ ଚାଟି ଦେଇ ନିଜନିଜ ଯାଗାରେ ଯାଇ ଶୋଇଗଲେ । ଯେମିତି ଚାବିଦିଆ କଣ୍ଢେଇ ଦୁଇଟି । ତାଙ୍କ ଡିଉଟି ସରିଲା ତ’ ଚାଲିଗଲେ । ତିନିଟି ଫ୍ଲୋର୍ରେ ସେ ଏକା ।
ବୈଭବ ରାତିରେ ଆଉ ଫେରିବେନାହିଁ । କୁମାର ଟିକେ ରହିଯାଇଥିଲେ ହେଇନ’ଥାନ୍ତା । ସକାଳ ହବାକୁ ଆଉ କେତେ ବାକି! ଗପସପ କରି ସମୟ କଟିଯାଇଥାଆନ୍ତା!
ଛାଡ଼.. ଲୁଇସ୍ ଭିଲ୍ଲା ବି ଶୋଇପଡିଛି । ଏକଦମ ନୀରବ । ଶୁନ୍ଶାନ୍ ।
କ୍ରମଶଃ……..
Comments are closed.