Latest Odisha News

[ଦେଖନ୍ତୁ ଭିଡିଓ] ୟୁକ୍ରେନରୁ ସୁରକ୍ଷିତ ଫେରିଲେ ଓଡିଆ ଡାକ୍ତରୀ ଛାତ୍ର

ଯାଜପୁର : ଋଷ ଓ ୟୁକ୍ରେନର ଯୁଦ୍ଧ ଚାଲୁଥିବା ସମୟରେ ଅନେକ ଛାତ୍ର ଛାତ୍ରୀ ସେଠାରେ ଫସିରହିଛନ୍ତି । ୧୩ ଜଣ ଛାତ୍ର ଛାତ୍ରୀ ଆଜି ନବମ ଦିନରେ ଆସି ପହଁଚିଛନ୍ତି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ । ମେଡିକାଲର ଉଚ୍ଚ ଶିକ୍ଷା ପାଇଁ ସୁଦୂର ୟୁକ୍ରେନକୁ ଯାଇଥିବା ଓଡ଼ିଆ ଛାତ୍ର ଛାତ୍ରୀ ଏବେ ଯୁଦ୍ଧର ବିଭୀଷିକା ଭିତରୁ ଫେରୁଛନ୍ତି ନିଜ ମାତୃଭୂମି  ସେଥିପାଇଁ ସରକାର ଧନ୍ୟବାଦ ଦେଇଛନ୍ତି ଅଭିଭାବକ ।

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଅନେକ ଓଡିଆ ଛାତ୍ର ସେଠାରେ ଫସି ରହିଛନ୍ତି । ଏଭଳି ପରିସ୍ଥିତିରେ ୟୁକ୍ରେନରୁ ନିଜସ୍ୱ ଉଦ୍ୟମରେ ସୁରକ୍ଷିତ ଭାବେ ଫେରି ଆସିଛନ୍ତି ଯାଜପୁର ଜିଲ୍ଲାର ଜଣେ ଓଡିଆ ଡାକ୍ତରୀ ଛାତ୍ର । ରସୁଲପୁର ବ୍ଲକ ମାଣତିର ଗ୍ରାମର ଶିକ୍ଷକ ମହେଶ୍ୱର ପଣ୍ଡାଙ୍କ ପୁଅ ମନିଷ ପଣ୍ଡା  ।

ୟୁକ୍ରେନର ଖାର୍ଜିଭ ସ୍ଥିତ ଭି.ଏନ କାରାଜିନା ମେଡିକାଲ କଲେଜରେ ୨୦୧୭ ମସିହାରୁ ଡାକ୍ତରୀ ପଢୁଥିଲେ । ତେବେ ଆଡଭାଇଜରୀ ଜାରି ହେବା ପୂର୍ବରୁ ମନିଷ ନିଜସ୍ୱ ଉଦ୍ୟମରେ ୟୁକ୍ରେନରୁ ନିଜ ଜନ୍ମମାଟିକୁ ଫେରି ଆସିଛନ୍ତି ।

 

Comments are closed.