ମୋହାଲୀ: ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଭାରତ ୫୭୪/୮ ରନ କରିଥିବା ଅଧିନାୟକ ରୋହିତ ଶର୍ମା ଇନିଂସ ଘୋଷଣା କରିଥିଲେ । ସେ ସମୟରେ ରବୀନ୍ଦ୍ର ଜାଡେଜା ୧୭୫ ରନ କରି ଅପରାଜିତ ରହିଥିଲେ । ଏହାକୁ ନେଇ ସୋସିଆଲ ସାଇଟରେ ରୋହିତଙ୍କୁ ସମାଲୋଚନା କରାଯିବା ସହ ୧୮ ବର୍ଷ ତଳେ ରାହୁଲ ଦ୍ରାବିଡ ଓ ସଚିନ ତେନ୍ଦୁଚରଙ୍କ ଘଟଣାର ପୁନରାବୃତି କରାଇଥିଲେ । ସେ ସମୟରେ ସଚିନ ୧୯୪ ରନ କରି ଅପରାଜିତ ଥିଲେ ।
ଏହି ଆଲୋଚନା ଜୋର ଧରିବାରୁ ଜାଡେଜା ମୁହଁ ଖୋଲିଥିଲେ । ସେ କହିଥିଲେ କୁଲଦୀପଙ୍କ ଜରିଆରେ ରୋହିତ ମୋତେ ଖବର ପଠାଇଥିଲେ ଯେ ଶୀଘ୍ର ଦ୍ୱିଶତକ ହାସଲ କର, ଇନିଂସ ଘୋଷଣା କରିବା । ମୁଁ ମନା କରିଥିଲି, କାରଣ କ୍ଲାନ୍ତ ହୋଇ ପଡିଥିବା ଶ୍ରୀଲଙ୍କା ଖେଳାଳିଙ୍କୁ ଯେତେ ଶୀଘ୍ର ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ତାହା ଆମକୁ ଫାଇଦାରେ ରଖିବ । ରୋହିତ ଓ ଜାଡେଜାଙ୍କ କ୍ରିକେଟ ଜ୍ଞାନ କାମ ଦେଇଥିଲା ଏବଂ ଶ୍ରୀଲଙ୍କା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ।
Comments are closed.