Latest Odisha News

BREAKING NEWS

ୟୁକ୍ରେନର ୬୧ଟି ହସ୍ପିଟାଲକୁ ଛାରଖାର କଲାଣି ରୁଷ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍-ରୁଷ୍ ଭିତରେ ୧୪ ଦିନ ହେଲାଣି ଘମାଘୋଟ ଯୁଦ୍ଧ ଚାଲିଛି । ପୁଟିନ୍ ସେନାର ଘନ ଘନ ଆକ୍ରମଣରେ ୟୁକ୍ରେନର ବହୁ ସହର ଛାରଖାର । ଗୋଟିଏ ପରେ ଗୋଟିଏ ସହରରେ ଯୁଦ୍ଧ ବିଭୀଷିକା ବଢ଼ି ଚାଲିଛି । ଆବାସିକ ସ୍ଥାନ ଉପରେ ଖସୁଛି ବଡ଼ ବଡ଼ ବୋମା ଓ ରକେଟ୍ । ହସ୍ପିଟାଲରେ ବି ମିସାଇଲ୍ ଆଟାକ୍ ହେଉଥିବା ଅଭିଯୋଗ କରିଛି ୟୁକ୍ରେନ୍ ।

ବର୍ତ୍ତମାନ ସୁଦ୍ଧା ୟୁକ୍ରେନରେ ୬୧ଟି ହସ୍ପିଟାଲକୁ ଧ୍ୱଂସ କରି ଦେଲାଣି ରୁଷ୍ ସେନା । ଏହି ସୂଚନା ଦେଇଛନ୍ତି ୟୁକ୍ରେନ୍ ସ୍ୱାସ୍ଥ୍ୟମନ୍ତ୍ରୀ ଭିକ୍ଟର ଲିସ୍କୋ । ବହୁ ହସ୍ପିଟାଲର ବିଲଡିଂ ଓ ମେଡିକାଲ୍ ଭିତ୍ତିଭୂମି ବ୍ୟାପକ ଭାବରେ କ୍ଷତି ଘଟାଇଛି ରୁଷ୍ । ଫଳରେ ଯୁଦ୍ଧ ବେଳେ ଦେଶରେ ଉତ୍କଟ ସ୍ୱାସ୍ଥ୍ୟ ସେବା ଦେଖାଦେଇଛି ।

ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଖେରସୋନ ସହରକୁ ନିଜ କବଜାରେ ନେଇଛି ରୁଷ୍ । ଖାରକିଭ୍, ସୁମି, ଚେର୍ଣ୍ଣିହିଭ୍ ଏବଂ ଓଡ଼େଶା ଦଖଲ ପାଇଁ ଘମାଘୋଟ ଲଢ଼େଇ ଚାଲିଛି । ତୁହାକୁ ତୁହା ମିସାଇଲ୍ ଆଟାକ୍ କରୁଛି ରୁଷ୍ । ବର୍ତ୍ତମାନ ସୁଦ୍ଧା ୭ଶହ ମିସାଇଲ୍ ମାଡ଼ କଲାଣି । ଶକ୍ତିଶାଳୀ ରୁଷ୍ ସୈନ୍ୟଙ୍କ ସହ ସାହସିକ ଲଢ଼େଇ ଲଢୁଛି ୟୁକ୍ରେନ୍ ସେନା ।

Comments are closed.