Latest Odisha News

BREAKING NEWS

କଟକରୁ ଜବତ ହେଲା ୩୬ କିଲୋର ଗଞ୍ଜେଇ, ୨ ଗିରଫ

କଟକ : କଟକ ଜିଲ୍ଲାର ବାଦାମବାଡି ଛକ ନିକଟରେ ଶନିବାର ଦିନ ଅବକାରୀ ବିଭାଗ ପ୍ରାୟ ୩୬ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ ପରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ବାଦାମବାଡି ଅଞ୍ଚଳରୁ ଜବତ କରାଯାଇଛି । ଏହି ଘଟଣାରେ ସେମାନେ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

ଆହୁରି ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଏହି ଗଞ୍ଜେଇ ଗୁଡିକୁ ଜବତ କରାଯିବା ସହ ଅଭିଯୁକ୍ତଙ୍କ ଠାରୁ ୪ଲକ୍ଷ ଟଙ୍କାର ମଧ୍ୟ ଜବତ ହୋଇଛି । ତେବେ ଏସମ୍ପର୍କରେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.