Latest Odisha News

BREAKING NEWS

ପିପିଲି: ବିଜେପି ନେତାଙ୍କ ଘର ଉପରକୁ ବୋମାମାଡ଼ ଅଭିଯୋଗ

ପିପିଲି : ପିପିଲିରେ ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରକୁ ଶୁକ୍ରବାର ରାତିରେ କେହି ଦୁବୃର୍ତ୍ତ ବୋମାମାଡ଼ କରିବା ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନାନୁଯାୟୀ ବଳଙ୍ଗା ଥାନା ଅନ୍ତର୍ଗତ କମାକନ୍ତିଆରେ ଥିବା ଆଶ୍ରିତଙ୍କ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ୨ଟି ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି।

ଏହି ବୋମାମାଡ଼ରେ ତାଙ୍କ ଘରର କବାଟ ଭାଙ୍ଗି ଯାଇଥିବାବେଳେ କେହି ମୃତାହତ ତଥା କୌଣସି କ୍ଷୟକ୍ଷତି ହୋଇନଥିବା ସୁତ୍ରରୁ ପ୍ରକାଶ ।

ଏନେଇ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଥିବା ବେଳେ ବୋମାମାଡର ସଠିକ୍ କାରଣ ଜଣାପଡିନାହିଁ । ତେବେ ରାଜନୈତିକ ପ୍ରତିଦ୍ୱନ୍ଦିତା ରଖି କେହି ଏଭଳି ଅଘଟଣ ଘଟାଇଥିବା ନେଇ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଆଶ୍ରିତ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ।

Leave A Reply

Your email address will not be published.