Latest Odisha News

BREAKING NEWS

୧୬ତମ ଲୋକସଭାକୁ ଭଙ୍ଗ ଲାଗି ମଞ୍ଜୁରୀ ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୬ତମ ଲୋକସଭାକୁ ଭଙ୍ଗ କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ରାଷ୍ଟ୍ରପତି କୋବିନ୍ଦ ମେ’ ୨୪ ତାରିଖ ଦିନ କ୍ୟାବିନେଟର ଅନୁରୋଧକୁ ଗ୍ରହଣ କରିବା ସହ ତାଙ୍କୁ ପ୍ରଦାନ କରାଯାଇଥିବା ସାମ୍ବିଧାନିକ କ୍ଷମତାର ଧାରା ୮୫ର ବିଭାଗ (ଖ)ର ଉପବିଭାଗ (୨) ଅନୁଯାୟୀ ୧୬ତମ ଲୋକସଭାକୁ ଭଙ୍ଗ କରିବା ପାଇଁ ନିର୍ଦ୍ଦେଶ ପତ୍ରରେ ହସ୍ତାକ୍ଷର କରିଛନ୍ତି ।

ସୂଚନାଯୋଗ୍ୟ ୨୪.୦୫.୨୦୧୯ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ବୈଠକର ନିଷ୍ପତି କ୍ରମେ ରାଷ୍ଟ୍ରପତିଙ୍କୁ ତୁରନ୍ତ ୧୬ତମ ଲୋକସଭାକୁ ଭଙ୍ଗ କରିବା ପାଇଁ ଅନୁରୋଧ କରାଯାଇଥିଲା ।

ଅପରପକ୍ଷରେ ଶନିବାର ଅପରାହ୍ନ ୧୨ଟା ୩୦ମି.ରେ ନିର୍ବାଚନ କମିଶନର ଅଶୋକ ଲାଭାସା ଓ ସୁଶୀଲ ଚନ୍ଦ୍ରାଙ୍କ ସହ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ଏହି ଅବସରରେ ସେମାନେ ୧୯୫୧ ଲୋକ ପ୍ରତିନିଧି ଆଇନ ଧାରା-୭୩ ଅନ୍ତର୍ଗତ ୧୭ତମ ଲୋକସଭା ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କ ନାମ ଥିବା ଏକ ବିଜ୍ଞପ୍ତି ପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.