Latest Odisha News

BREAKING NEWS

ଓଡିଶା ପାଇଁ ଟିଡିଏସ ଦାଖଲର ସମୟସୀମା ବୃଦ୍ଧି କଲା ସିବିଡିଟି

ଭୁବନେଶ୍ୱର : ମେ’ ୩ ତାରିଖରେ ହୋଇଥିବା ସାମୁଦ୍ରିକ ଝଡ ଫନୀ ଯୋଗୁଁ ବ୍ୟାପକ ଭାବେ ଓଡିଶା ପ୍ରଭାବିତ ହୋଇଥିବା ଫଳରେ ଟିଡିଏସ ଡିଡକ୍ଟରମାନେ ମଧ୍ୟ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସିବିଡିଟି ଟିଡିଏସ ଅନୁପାଳନ ନୀତିକୁ ଓଡିଶାରେ କୋହଳ କରାଯାଇଛି ।

୨୦୧୯ ଏପ୍ରିଲ ମାସ ପାଇଁ ଟିଡିଏସ ଦାଖଲ କରିବାର ତାରିଖ ମେ ୭ରୁ ମେ ୨୦କୁ ବୃଦ୍ଧି କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷର ଶେଷ କ୍ୱାର୍ଟର ଟିଡିଏସ ଷ୍ଟେଟମେଂଟ ପୁରଣ କରିବାର ତାରିଖକୁ ମେ ୩୧ରୁ ଜୁନ ୩୦କୁ ବୃଦ୍ଧି କରାଯାଇଛି । ଫର୍ମ ୧୬ ଓ ଫର୍ମ ୧୬(କ)ର ଟିଡିଏସ ପ୍ରମାଣପତ୍ର ପ୍ରଦାନ କରିବାର ତାରିଖକୁ ୨୦୧୯ ଜୁନ ୧୫ରୁ ଜୁଲାଇ ୧୫କୁ ବୃଦ୍ଧି କରାଯାଇଛି ।

ଏ ସଂକ୍ରାନ୍ତରେ ଆୟକର ଆଇନ, ୧୯୬୧ର ବିଭାଗ ୧୧୯ ଅଧୀନରେ ୨୪.୦୫ ୨୦୧୯ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ www.incometaxindia.gov.in ରେ ଉପଲବ୍ଧ।

Leave A Reply

Your email address will not be published.