Latest Odisha News

ଥମୁନି ରୁଷିଆ-ୟୁକ୍ରେନ ଯୁଦ୍ଧ ବିଭୀଷିକା: ଦିନକୁ ଦିନ ବଢିଚାଲିଛି ମୃତକଙ୍କ ସଂଖ୍ୟା

ଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଲଗାତର ଭାବରେ ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି । ବର୍ତ୍ତମାନ ସେମାନେ ରାଜଧାନୀ କିଭ୍ ଉପରେ ହମଲା କରିବା ପାଇଁ ମାଡ଼ି ଆସୁଛନ୍ତି । ସହରକୁ ତିନି ପଟରୁ ଘେରି ଯାଇଛନ୍ତି । ବୋମାମାଡ଼, ମିସାଇଲ୍ ଆଟାକ୍ ଆଦି ଜାରି ରହିଛି । ଏହା ଭିତରେ ୫୯୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି । ହଜାରେରୁ ଅଧିକ ସାଧାରଣ ନାଗରିକ ଆହତ ହୋଇଛନ୍ତି ।

୧୯ ଦିନ ହେଲା ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଭର୍ଚୁଆଲ ମୋଡରେ ଉଭୟ ଦେଶର ପ୍ରତିନିଧିଙ୍କ କଥାବାର୍ତ୍ତା ହେବ । ପୂର୍ବରୁ ୩ ଥର ଆଲୋଚନା ହୋଇଥିଲେ ବି ସମାଧାନର ବାଟ ବାହାରି ନଥିଲା । ତେବେ ଏହି କଥର କଥାବାର୍ତ୍ତାରେ କଣ ନିଷ୍କର୍ଷ ବାହାରିବ ତାକୁ ସମସ୍ତଙ୍କ ଅପେକ୍ଷା ।

ଫେବ୍ରୁଆରି ୨୪ରେ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି।

ୟୁକ୍ରେନର ପୂର୍ବରେ ଥିବା ଅଞ୍ଚଳ ଡୋନେସ୍କ ଏବଂ ଲୁହାଂସ୍କରେ ୧୩୦ ମୃତ୍ୟୁ ଘଟିଛି। ରାଜଧାନୀ କିବ୍, ଖାରକିଭ୍ ଏବଂ ଅନ୍ୟାନ୍ୟ ସ୍ଥାନରେ ଆଉ ୪୪୯ ଜଣଙ୍କର ମୃତ୍ୟୁ ଘଟିଛି । ଅଧିକାଂଶ ସାଧାରଣ ନାଗରିକଙ୍କ ମୃତ୍ୟୁ । ଗୁଳିଗୋଳା ଏବଂ କ୍ଷେପଣାସ୍ତ୍ର ସମେତ ବିସ୍ଫୋରକ ଅସ୍ତ୍ରଶସ୍ତ୍ର ବ୍ୟବହାର ଯୋଗୁ ହୋଇଛି।

୧୦୦୦ରୁ ଅଧିକ ଲୋକ ଆହତ ହୋଇଥିବା ମଧ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି । କେତେକ ଅଞ୍ଚଳରୁ ସୂଚନା ମିଳିବାରେ ବିଳମ୍ବ ହେଉଥିବାରୁ ପ୍ରକୃତ ସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ ହେବ ।

Comments are closed.