Latest Odisha News

BREAKING NEWS

ଆରମ୍ଭ ହେଲା ଜେଇଇ ଆଡଭାନ୍ସ ପରୀକ୍ଷା, ଓଡିଶାରୁ ୩୧୬୧ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର : ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ ପରୀକ୍ଷା ସୋମବାର ଦିନ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ସାରା ଦେଶରେ ପ୍ରାୟ ୧.୭୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।

ଏହି ପରୀକ୍ଷା ରାଜ୍ୟର କଟକ, ଭୁବନେଶ୍ୱର, ରାଉରକେଲା ଓ ବ୍ରହ୍ମପୁର ଆଦି ପରୀକ୍ଷା କେନ୍ଦ୍ରରେ ଆୟୋଜିତ ହୋଇଥିବା ବେଳେ ଓଡିଶାରୁ ପାଖାପାଖି ୩ ହଜାର ୧୬୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଏହି ପରୀକ୍ଷା ୨ଟି ସିଟିଂରେ ଅନୁଷ୍ଠିତ ହେଉଛି । ପେପର୍-୧ ପରୀକ୍ଷା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ଏବଂ ପେପର୍-୨ ପରୀକ୍ଷା ଦ୍ୱିପ୍ରହର ୨ଟାରୁ ଅପରାହ୍ନ ୪ଟା ଯାଏଁ ଅନୁଷ୍ଠିତ ହେବ।

Leave A Reply

Your email address will not be published.