Latest Odisha News

BREAKING NEWS

ଆଇପିଏଲରେ ବଦଳିଲା ଆଉ କିଛି ନିୟମ

ମୁମ୍ବାଇ: ଆଇପିଏଲର ୧୫ତମ ସିଜନ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ । ଇତି ମଧ୍ୟରେ ବିସିସିଆର କିଛି ନିୟମରେ ପରିବର୍ତନ କରିଛି । କ୍ରିକବିଜ ରିପୋର୍ଟ ମୁତାବକ ଯଦି କୌଣସି ଟିମରେ ଖେଳାଳି କରୋନା ସଂକ୍ରମିତ ହୋଇଥାନ୍ତି ତାହାହେଲେ ପୂର୍ବ ନିର୍ଦ୍ଧାରିତ ଚୂଡାନ୍ତ ଏକାଦଶରେ ପରିବର୍ତନ କରାଯାଇପାରିବ । ଏହା ପରେ ଯଦି ମ୍ୟାଚ ଖେଳାଯିବା ସମ୍ଭବପର ନ ହୁଏ ତାହାହେଲେ ରିଶିଡ୍ୟୁଲ କରାଯିବ । ସେହିପରି ଗୋଟିଏ ମ୍ୟାଚରେ ପ୍ରତ୍ୟେକ ଟିମକୁ ୨ଟି ଲେଖାଁଏ ୪ଟି ଡିଆରଏସ ମିଳିବ ।

ନିକଟରେ ଏମସିସି ଦ୍ୱାରା ଜାରୀ କରାଯାଇଥିବା କେତେକ ନୂତନ ନିୟମ ମଧ୍ୟରୁ ବ୍ୟାଟ୍ସମ୍ୟାନ ଆଉଟ ହେଲା ପରେ ଷ୍ଟ୍ରାଇକ ବଦଳିବ ନାହିଁ । ପ୍ଲେ ଅଫ ଓ ଫାଇନାଲ ମ୍ୟାଚରେ ଟାଇବ୍ରେକର ନିୟମରେ ପରିବର୍ତନ କରାଯାଇଛି । ମ୍ୟାଚ ଟାଇ ହେବା ପରେ ଯଦି କୌଣସି କାରଣ ବଶତଃ ସୁପର ଓଭର ଖେଳା ନ ଯାଇପାରେ ତାହାହେଲେ ଲିଗ ଷ୍ଟେଜର ଫଳାଫଳ ବିଚାରକୁ ନିଆଯାଇ ବିଜେତା ଘୋଷଣା କରାଯିବ ।

Comments are closed.