Latest Odisha News

ଭାଷା ଆମ ଦେଶ ଓ ଜାତିର ବୈଶିଷ୍ଟ୍ୟ

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ହିନ୍ଦୀ ବିଭାଗ ଏବଂ ଏଚ୍. ପି. ସି. ଏଲ୍. ସହଯୋଗରେ ଏକ ଦିବସୀୟ “ନୂଆ ପୀଢ଼ୀ ଓ ହିନ୍ଦୀ ” କର୍ମଶାଳା ଆୟୋଜିତ ହୋଇ ଯାଇଛି ।

ଏହି କର୍ମଶାଳାରେ ଏଚ୍. ପି. ସି. ଏଲ୍.ର ରାଜଭାଷା ଓ ଲୋକ ସମ୍ପର୍କର ମହାପ୍ରବନ୍ଧକ ଅନୁପମ ତିୱାରୀ, କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଭିଷେକ ଦତ୍ତ, କ୍ଷେତ୍ରୀୟ ପ୍ରବନ୍ଧକ ଭାନୁଶଙ୍କର ସାହୁ, ବରିଷ୍ଠ ପ୍ରବନ୍ଧକ ସଲିମ ଖାଁ ପ୍ରମୁଖ ଉଦବୋଧନ ଦେଇ ଆମ ଦେଶରେ କିଭଳି ଭାବେ ହିନ୍ଦୀ ଭାଷାର କିଭଳି ଗୁରୁତ୍ଵ ରହିଛି ସେ ବିଷୟରେ ଆଲୋଚନା କରିଥିଲେ । ଭାଷା ଆମ ଦେଶ ଓ ଜାତିର ବୈଶିଷ୍ଟ୍ୟ ଏବଂ ଏହା ଆମକୁ ଆମ ସଂସ୍କୃତି ଓ ସଭ୍ୟତା ସହ ପରିଚିତ କରାଇଥାଏ ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ ।

ଅତନୁ ଚଟ୍ଟୋପାଧ୍ୟାୟଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ସ୍ନେହଲତା ଦାସ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଓ ବିମଳା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପରିଶେଷରେ ବିଭାଗର ଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Comments are closed.