Latest Odisha News

BREAKING NEWS

ରମାଦେବୀ ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀ ନିଖୋଜ ଘଟଣା , ଉତ୍ତରପ୍ରଦେଶ ମଥୁରାରୁ ଉଦ୍ଧାର

ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟ ନିଖୋଜ ଦୁଇଜଣ ଛାତ୍ରୀ ଉତ୍ତରପ୍ରଦେଶ ମଥୁରାରୁ ଉଦ୍ଧାର ହୋଇଛନ୍ତି । ମଥୁରା ଷ୍ଟେସନରୁ ଛାତ୍ରୀ ଦୁଇଜଣଙ୍କୁ ଉଦ୍ଧାର କରିଛି ରେଲୁୱେ ପୋଲିସ । ସେପଟେ ଉଦ୍ଧାର ହୋଇଥିବା ଛାତ୍ରୀଙ୍କୁ ଆଣିବା ପାଇଁ ଉତ୍ତରପ୍ରଦେଶ ଯାଇଛି କମିଶନରେଟ୍ ପୋଲିସ ଟିମ୍ । ସୂଚନା ଅନୁସାରେ ସୋମବାର ଠାରୁ ଦୁଇ ଜଣ ଛାତ୍ରୀ ନିଖୋଜ ଥିଲେ ।

ଦୁଇ ଜଣଙ୍କର ଚିଠି ଓ ଭଏସ୍ ରେକର୍ଡିଂ ମିଳିଥିଲା । ଝିଅକୁ ନପାଇ ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ସେହିପରି ହଷ୍ଟେଲରେ ରହିଥିବା ଅନ୍ୟଜଣେ ଛାତ୍ରୀ ମଧ୍ୟ ରୁମକୁ ଫେରିନିଥିଲେ । ଏନେଇ ତାଙ୍କ ମାମୁଁ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ ।ପୋଲିସ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଆଜି ଦୁଇ ଜଣଛାତ୍ରୀ ଉତ୍ତରପ୍ରଦେଶ ମଥୁରାରେ ଥିବା ପୋଲିସକୁ ଖବର ମିଳିଥିଲା।

Comments are closed, but trackbacks and pingbacks are open.