Latest Odisha News

BREAKING NEWS

ଦୂତୀ ଚାନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ, ସେଲଫି ନେଲେ, ଏସୀୟ କ୍ରୀଡ଼ା ଲାଗି ଆଶୀର୍ବାଦ କାମନା କଲେ

ଭୁବନେଶ୍ୱର : ଭାରତର ଦୃତତମ ମହିଳା ଦୂତୀ ଚାନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଜାତୀୟ ଚମ୍ପିୟାନସିପରେ ସର୍ବକାଳୀନ ରେକର୍ଡ଼ କରି ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ହାସଲ କରିବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ଓଡ଼ିଶାର ଗୌରବ ତଥା ଓଡ଼ିଆ ଅଲିମ୍ପିଆନ ଦୂତି ଚାନ୍ଦ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ଦୂତୀଙ୍କ ଏହି ସଫଳତାରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଦିତ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ ।

ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତୀ ଏସିଆନ ଗେମ୍ସ ଲାଗି ଯୋଗ୍ୟ ବିବେଚିତ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଓଡ଼ିଶାରେ କ୍ରୀଡ଼ାର ଉନ୍ନତି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ଅକୁଣ୍ଠ ସାହାଯ୍ୟ ତଥା ସହଯୋଗକୁ ଭୁରି ଭୁରି ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଦୂତୀ ରାଜ୍ୟ କ୍ରୀଡ଼ା ସଚିବ ବିଶାଲ ଦେବ, ଭିନ୍ନିଲ କ୍ରିଷ୍ଣନ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ତଥା କିଟ ପ୍ରତିଷ୍ଠାତା ଓ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ସହଯୋଗ ନିମନ୍ତେ ଧନ୍ୟବାଦ ଅର୍ପଣ କରିଛନ୍ତି । ଦୂତୀ ଚାନ୍ଦ ୧୧.୨୪ ମିନିଟର ନିଜ ରେକର୍ଡ଼ ନିଜେ ଭାଙ୍ଗିଛନ୍ତି । ସେ ତାଙ୍କର ସଫଳତା ଲାଗି ନିଜର କୋଚ ନାଗପୁରୀ ରମେଶଙ୍କୁ ଅଜସ୍ର ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.