Latest Odisha News

BREAKING NEWS

‘ଚୋରୀ ଚୋରୀ ଚୁପକେ ଚୁପକେ’ ନୁହେଁ, ‘ଖୁଲମ୍ ଖୁଲା ପ୍ରେମ’ରେ ଏବେ ପ୍ରିୟଙ୍କା…

ମୁମ୍ବାଇ : ବଲିଉଡ଼ ନାୟିକା ପ୍ରିୟଙ୍କା ଚୋପ୍ରା ଏବେ ବେଶ୍ ଚର୍ଚ୍ଚାରେ । ଆଉ ପ୍ରିୟଙ୍କାଙ୍କ ଚର୍ଚ୍ଚା ଖାସ ତାଙ୍କର ପ୍ରେମକୁ ନେଇ । ତାଙ୍କର ଆମେରୀୟ ସିଙ୍ଗର୍ ତଥା ହଲିଉଡ଼ ଅଭିନେତା ନିକ୍ ଜୋନସ୍ ଙ୍କ ସମ୍ପର୍କକୁ ନେଇ ଏବେ ବେଶ୍ ଚର୍ଚ୍ଚା । ତାଙ୍କର ଆମେରେକୀୟ ସିଙ୍ଗର୍ ତଥା ହଲିଉଡ଼ ଅଭିନେତା ନିକ୍ ଜୋନସ୍ ଙ୍କ ସମ୍ପର୍କକୁ ନେଇ ଏବେ ବେଶ୍ ଚର୍ଚ୍ଚା । ହଁ ପ୍ରିୟଙ୍କା ଏବେ ଆଉ ‘ଚୋରୀ ଚୋରୀ ଚୁପକେ ଚୁପକେ’ ନୁହେଁ, ‘ଖୁଲମ୍ ଖୁଲା ପ୍ରେମ’ରେ ମସଗୁଲ୍ , ତାଙ୍କର ପ୍ରେମିକ ନିକ୍ ଙ୍କ ସହିତ ଖୁଲମଖୁଲା ବୁଲାବୁଲି କରୁଛନ୍ତି ।

ପ୍ରିୟଙ୍କାଙ୍କ ଅନୁରୋଧରେ ଏବେ ନିକ୍ ଭାରତ ବୁଲିବାକୁ ଆସିଥିଲେ । ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ପ୍ରି-ଏନଗେଜମେଣ୍ଟରେ ପ୍ରିୟଙ୍କାଙ୍କ ସହିତ ନିକଙ୍କୁ ଏକାଠୀ ବସାଉଠା କରୁଥିବାର ଦେଖିବାକୁ ମିଳିଥିଲା । ନିକ ଓ ପ୍ରିୟଙ୍କାଙ୍କୁ ଏକାଠି ଦେଖି ସେଠାରେ ଥିବା ବଲିଉଡ଼ର ସମସ୍ତ କଳାକାର ସାଥିମାନେ ତାଜୁବ୍ ! ହାତକୁ ହାତ ଧରି ବେଶ୍ ନାଚିଥିଲେ ପାର୍ଟିରେ ପ୍ରିୟଙ୍କା ଓ ନିକ୍ ।

ସେହିପରି ବ୍ରାଜିଲରେ ଅନୁଷ୍ଠିତ ଏକ କନସର୍ଟ ପାର୍ଟିିରେ ଦୁହେଁ ଦୁହିଁଙ୍କ ବେଶ୍ ନିକଟତର ହୋଇଥିଲେ । ପ୍ରିୟଙ୍କା ତାଙ୍କର ପ୍ରିୟତମଙ୍କ ବେଶ୍ କେତେକ ଫଟୋ ଓ ସେଲଫି ନେବା ସହିତ ନିକଙ୍କ ଲାଟେଷ୍ଟ ଭିଡ଼ିଓ ରେକର୍ଡ଼ିଂ କରିଥିଲେ ।

ନିକଟରେ ଇନଷ୍ଟାଗ୍ରାମରେ ପ୍ରିୟଙ୍କା ନିକ ଓ ତାଙ୍କର କେତୋଟି ସେଲଫି ଅପଲୋଡ଼ କରି ଫ୍ୟାନମାନଙ୍କୁ ଚମକାଇ ଦେଇଥିଲେ । ତେବେ ଲୁଚାଛପା ଛାଡ଼ି ଖୋଲାଖୋଲି ନିକ୍ ଜୋନ୍ସଙ୍କ ସହ ବୁଲାବୁଲି କରୁଛନ୍ତି ଏବେ ସେ । ହେଲେ, ତାଙ୍କର ଏହି ସମ୍ପର୍କକୁ ନେଇ କିଛି ବି ଗୁମର ଖୋଲୁନାହାନ୍ତି ଚୁଲବୁଲି ନାୟିକା ପ୍ରିୟଙ୍କା ଚୋପ୍ରା ।

Leave A Reply

Your email address will not be published.