Latest Odisha News

BREAKING NEWS

ଜୟପୁରରେ ଗୁଳିକାଣ୍ଡ: ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ

ଜୟପୁର: କଂଗ୍ରେସ ପକ୍ଷରୁ ଥାନା ଘେରାଉ । ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ କରାଯାଇଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ଜୟପୁର ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ୱରେ ପ୍ରଥମେ ଜୟପୁର ଟାଉନ୍ ଥାନା ଘେରାଉ କରାଯାଇଥିଲା ।

ପରେ କଂଗ୍ରେସ କର୍ମୀମାନେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ଜଣାଯାଇଛି।   ଗତକାଲି ଜୟପୁର ଟାଉନ୍ ଥାନା ଅନ୍ତର୍ଗତ ଗୋପବନ୍ଧୁ ନଗରର କାର୍ତ୍ତିକେଶ୍ବର ନାଗ ନାମକ ଜନୈକ ଯୁବକକୁ କିଛି ଦୁର୍ବୃତ୍ତ ଉଠାଇ ନେଇ ଗୁଳି ମାରି ମରଣାନ୍ତକ ଆକ୍ରମଣ କରିଥିଲେ। ତାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ କାର୍ତ୍ତିକେଶ୍ବର ନାଗଙ୍କୁ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହି ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଏଯାଏ ପୁଲିସ ଗିରଫ କରାଯାଇନାହିଁ। କିନ୍ତୁ ଅନ୍ୟ ୫ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।

Comments are closed.