Latest Odisha News

BREAKING NEWS

୪୧ ଡିଗ୍ରୀ ଟପିଲା ଟିଟିଲାଗଡ଼ ସହରର ତାପମାତ୍ରା

ଭୁବନେଶ୍ୱର: ଆଜି ରାଜ୍ୟର ୫ଟି ସହହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରିରୁ ଅଧିକ ରେକର୍ଡ କରାଯାଇଛି। ୪୧.୪ ଡ଼ିଗ୍ରି ସହ ଟିଟଲାଗଡ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ସେହିପରି ବଲାଙ୍ଗୀରରେ ୪୧ ଡ଼ିଗ୍ରି, ଅନୁଗୁଳରେ ୪୦.୧ ଡ଼ିଗ୍ରି, ବୌଦ୍ଧ ଏବଂ ବାରିପଦା ରେ ୪୦ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଏନେଇ ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଦେଇଛି ।

ସେହିପରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଭୁବନେଶ୍ୱରରେ ୩୭.୬ ଡ଼ିଗ୍ରି ଏବଂ କଟକରେ ୩୭.୨ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି। ଏହା ସହିତ ବାଲେଶ୍ୱରରେ ତାପମାତ୍ରା ୩୫.୫ ଡିଗ୍ରି, ଚାନ୍ଦବାଲିରେ ୩୭.୩, କଟକରେ ୩୭.୨, ପାରାଦୀପରେ ୩୧.୮, ଗୋପାଳପୁରରେ ୩୧.୨, ପୁରୀରେ ୩୨.୫, ଝାରସୁଗୁଡ଼ାରେ ୩୮.୮, କେନ୍ଦୁଝରରେ ୩୮.୪ ଡିଗ୍ରି, ସମ୍ବଲପୁରରେ ୩୮.୬, ସୁନ୍ଦରଗଡ଼ରେ ୩୭.୫, ହୀରାକୁଦରେ ୩୭.୮, ତାଳଚେରରେ ୩୯.୦, ଭବାନୀପାଟଣାରେ ୩୭.୫, କୋରାପୁଟରେ ୩୪.୬, ଫୁଲବାଣୀରେ ୩୮.୪, ମାଲକାନଗିରିରେ ୩୬.୫, ସୋନପୁରରେ ୩୯.୫, ଦାରିଙ୍ଗବାଡ଼ିରେ ୩୨.୦, ନୟାଗଡ଼ରେ ୩୮.୦, ଛତ୍ରପୁରରେ ୩୭.୦, ପାରଳାଖେମୁଣ୍ଡିରେ ୩୭.୦, ରାୟଗଡ଼ାରେ ୩୭.୧, ଭଦ୍ରକରେ ୩୬.୦ ଓ ଯାଜପୁରରେ ୩୭.୨ ଡିଗ୍ରି ରେକର୍ଡ କରାଯାଇଛି।

Comments are closed.