Latest Odisha News

BREAKING NEWS

ପୌର ନିର୍ବାଚନ ମତଦାନ ଜାରି , ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ପୋଲିଂ

ଭୁବନେଶ୍ୱର : ରାଜ୍ୟରେ ଚାଲିଛି ପୌର ନିର୍ବାଚନ । ସମସ୍ତ ଅଞ୍ଚଳରେ ଶାନ୍ତି ଶାନ୍ତିଶୃଙ୍ଖଳା ସହ ମତଦାନ ଚାଲିଛି । ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ପୋଲିଂ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ପୌର ନିର୍ବାଚନ ନେଇ ଭୋଟ ଦାନ ପକ୍ରିୟା ସକାଳ ୮ ଟାରୁ ଆରମ୍ଭ ହୋଇଛି ଯାହାକି ସନ୍ଧ୍ୟା ୫ଟାରେ ସରିବ ।

ରାଜ୍ୟରେ ୩ଟି ମହାନଗର ନିଗମ , ୪୭ଟି ମ୍ୟୁନିସପାଲଟି  ଏବଂ ୫୯ଟି ଏନଏସିରେ ଭୋଟିଂ ପକ୍ରିୟା ଚାଲିଛି । ଚଳିତ ଥର କାଉନସିଲରଙ୍କ ସହ ମେୟର ପଦବୀ ପାଇଁ ସିଧାସଳଖ ମତଦାନ ହେଉଛି । ଚଳିତ ଥର ନିର୍ବାଚନ ମଇଦାନରେ ୬ ହଜାର ୪୧୧ ଜଣ ପ୍ରାର୍ଥୀ ଥିବା ବେଳେ ମତଦାତା ନିଜେ ମନସ୍ତ କରିଥିବା ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ।

ମେୟର ବା ପୌରାଧ୍ୟକ୍ଷ ପଦବୀ ପାଇଁ ୫୬୯ ଜଣ , କର୍ପୋରେଟର କାଉନସିଲର ପଦବୀ ପାଇଁ ୫ ହଜାର ୮୪୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏଥର ପୌର ପରିଷଦ ନିର୍ବାଚନରେ ବିଭିନ୍ନ ଅଞ୍ଚଳରେ ପିଙ୍କ ବୁଥ କରାଯାଇଛି । ମହିଳା ମାନେ ଏହି ସ୍ୱତନ୍ତ୍ର ପିଙ୍କ୍ ବୁଥରେ ଭୋଟ ଦେଉଛନ୍ତି ।

Comments are closed.