Latest Odisha News

BREAKING NEWS

ଅଳିଆ ଆବର୍ଜନାରୁ ମିଳିଥିବା କଙ୍କାଳର ହେବ କେମିକାଲ ଟେଷ୍ଟ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କଳାରାହାଙ୍ଗ ଇଞ୍ଜଣା ପୋଲ ତଳୁ ଉଦ୍ଧାର ହୋଇଥିବା ଖପୁରୀ ଓ ହାଡ଼ର କେମିକାଲ ଟେଷ୍ଟ ହେବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ଏସବୁ କଙ୍କାଳର କେମିକାଲ ଟେଷ୍ଟ ଏମ୍ସରେ ହେବ । କଙ୍କାଳ ସବୁ କେତେ ପୁରୁଣା । କଙ୍କାଳ ଓ ଖପୁରୀ ପୁରୁଷର ନା ମହିଳାର ତାହା ଯାଞ୍ଚ କରାଯିବ । ଏମ୍ସରେ ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।

ସୂଚନାଥାଉକି, ଗତ ୨୩ ତାରିଖ କଳାରାହାଙ୍ଗ ଇଞ୍ଜଣା ପୋଲ ତଳୁ ତଳୁ ମଣିଷ ଖପୁରୀ ଓ ହାଡ଼ ପୋଲିସ ଉଦ୍ଧାର କରିଥିଲା । ୧୪ରୁ ଅଧିକ ମଣିଷ ଖପୁରୀ, ମଣିଷ ହାତ, ଗୋଡ଼ ଓ ପଞ୍ଜରା ହାଡ଼ ଏଥିରେ ଥିବା ଜଣାପଡ଼ିଥିଲା । । ଅଳିଆ ଆବର୍ଜନା ଭିତରେ ସନ୍ଦେହ ଜନକ ଭାବେ ପଡିଥିବା ଏତେ ସଂଖ୍ୟକ ଖପୁରୀ ଓ ହାଡ଼କଙ୍କାଳ ଦେଖି ଲୋକେ ଆତଙ୍କିତ ହୋଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ଏସବୁ ଖପୁରୀ ଓ ହାଡ଼କୁ ଜବତ କରିଥିଲେ ।

Comments are closed.