Latest Odisha News

ପୌର ନିର୍ବାଚନ: ୧୦୫ ପୌରାଞ୍ଚଳ ଓ ୩ ମହାନଗର ନିଗମରେ ଆଜି ଆସିବ ରେଜଲ୍ଟ

ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ

ଭୁବନେଶ୍ୱର: ଖୋଲିଲା ଇଭିଏମ୍ ପେଡି । ପୌର ନିର୍ବାଚନ ନେଇ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ୩ ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ୧୦୫ଟି ପୌରାଞ୍ଚଳ ପାଇଁ ଭୋଟ୍ ଗଣତି ଚାଲିଛି । ବିଭିନ୍ନ ସ୍ଥାନରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମନାକୁ ଆସିଛି । ଅଧିକାଂଶ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ । କଡ଼ା ସୁରକ୍ଷା ଭିତରେ ଚାଲିଛି ଭୋଟ୍ ଗଣତି ।

୧୦୫ଟି ପୌରାଧ୍ୟକ୍ଷ ଆସନ ଗଣତିରୁ ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡରେ ୩୬ଟି ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ୧୧ଟି ଆସନରେ ବିଜେପି ଆଗୁଆ ଚାଲିଥିବା ବେଳେ କଂଗ୍ରେସ ୨ଟି ଆସନରେ ଆଗୁଆ ରହିଛି । ୫ଟି ଆସନରେ ଆଗୁଆ ରହିଛନ୍ତି ସ୍ୱାଧୀନ ପ୍ରାର୍ଥୀ ।

ରାଜ୍ୟର ୫୮ଟି ବିଜ୍ଞାପିତ ଅଞ୍ଚଳ, ୪୭ ପୌର ପରିଷଦ ଓ ୩ଟି ମହାନଗର ନିଗମରେ ଭୋଟ ଗଣତି ଚାଲିଛି । ପ୍ରତି ବିଜ୍ଞାପିତ ପରିଷଦର କାଉଣ୍ଟିଂ ସେଣ୍ଟରରେ ୨ଟି ଟେବୁଲ, ପୌର ପରିଷଦରେ ୫ଟି ଟେବୁଲ ଓ ମହାନଗର ନିଗମରେ ୧୨ଟି ଟେବୁଲରେ ଚାଲିଛି ଭୋଟ୍ ଗଣତି ।

Comments are closed.