Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ଖରା ଖୋଳତାଡ଼

ଯଦିଓ ଅଧିକାଂଶ ମଣିଷ
କଥା କଥାରେ ଗରମ ହୁଅନ୍ତି;
ଏ ଦିନେ ଅଧିକ ଗରମ ବୋଲି
ବିଚରା ଖରାକୁ ଦୋଷ ଦିଅନ୍ତି!

ସବୁ ତ ଗରମାଗରମ ଚାହୁଁଚେ
ଆମେ ଖାଉ ପିଉ ଶୋଉ;
ସେଥି ପାଇଁ ଖରା ବୋଧେ କହୁଥିବ
ମଣିଷ ନିଜେ ବି ଗରମ ହେଉ!

ଶୀତରେ ବି ଆମ ନାୟିକାଙ୍କ ଖୋଲା
ଦିହକୁ ଯଦି ଖରା ଦେଖି ଦେଇଥିବ;
ଉତ୍ସାହିତ ହୋଇ ଅଧିକ ଆଗ୍ରହରେ
ବୋଧେ ଟାଣ ହେଉଥିବ !

ଏବେ ତ ଅଧିକାଂଶ ପଥିକ
ସେଇ ପିଆପିଇ ପଥରେ;
ଖରାଦିନେ ଆପଣ କଣ ମିଶାଇ
ପିଉଛନ୍ତି ସନ୍ଦେହ କରିବେନି ଘରେ!

ଖରାଦିନେ ଦ୍ଵିପ୍ରହର ହିଁ ପ୍ରକୃଷ୍ଟ
ସମୟ ପିଆପିଇ ପାଇଁ;
ପଡିପାଡି ଗଲେ ଅଂଶୁଘାତ କି ନିଶା
ସହଜରେ ଜାଣି ପାରିବେ ନାଇଁ!

ଖରାଦିନେ ସବୁଆଡେ ଏତେ
ମାତ୍ରାରେ ପିଆପିଇ ହୁଏ;
ଏଥିରେ ପ୍ରଭାବିତ ହୋଇ ମାଠିଆ
ବି ନିଜ ପାଣିରୁ ଅଧା ପିଇଦିଏ!

ଦିନରେ କୋଉଠୁ ତରା ଆସିଲା
ବୋଲି ମୁଁ ସନ୍ଦିହାନ ହେଲି;
ଯେବେ ଜଣେ କଲି ବଡ ହଇରାଣ
ଖରାତରାରେ ଘରକୁ ଫେରିଲି!!

ଖରାଦିନେ ଅନୁଭବ ହୁଏ ସୂର୍ଯ୍ୟ
ଯଦି ବାହା ହୋଇଯାଆନ୍ତେ;
ଏତେ ଗରମ ହୁଅନ୍ତାନି
ପତ୍ନୀଙ୍କ ନିୟନ୍ତ୍ରଣରେ ରହନ୍ତେ!!

Leave A Reply

Your email address will not be published.