Latest Odisha News

BREAKING NEWS

ଛତୁ ଓ ଲେମ୍ବୁ ଉତ୍ପାଦନରେ ଓଡିଶା ଏକ ନମ୍ବର ,ଅଧାରୁ ଅଧିକ ଶୀତଳଭଣ୍ଡାର ଅଚଳ ହୋଇପଡିଛି : କୃଷି ମନ୍ତ୍ରୀ ଅରୁଣ ସାହୁ

କରୋନା ସମୟରେ ବଢିଛି କୃଷି ଉତ୍ପାଦନ

ଭୁବନେଶ୍ୱର : କରୋନା ସମୟରେ ବଢିଛି କୃଷି ଉତ୍ପାଦନ । ଛତୁ ଲେମ୍ବୁ ଉତ୍ପାଦନରେ ଓଡିଶା ଏକ ନମ୍ବର ରାଜ୍ୟ ହୋଇଛି । ବାଇଗଣ ଉତ୍ପାଦନରେ ଦୁଇ ନମ୍ବର ରାଜ୍ୟ ହୋଇଛି ।ସେହିପରି ଚାଉଳ ଉତ୍ପାଦନରେ ଚତୁର୍ଥ ସ୍ଥାନରେ ରହିଛି ଓଡିଶା । ଦେଶରେ ୭ଶହ ମେଟ୍ରିକ୍ ଟନ୍ ଚାଉଳ ବାହାରକୁ ପଠାଯାଉଛି ।ଆଗକୁ ହଜାର ମେଟ୍ରିକ ଟନ୍ ଚାଉଳ ପଠାଇବାକୁ  ଲକ୍ଷ ରଖିଛନ୍ତି ସରକାର । ଚଳିତ ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ଉତ୍ତର ରଖିଛନ୍ତି ।

ରାଜ୍ୟରେ ମୋଟ ୧୨୩ଟି ଶୀତଳ ଭଣ୍ଡାର ଥିବାବେଳେ ସେଥିମଧ୍ୟରୁ ୭୯ଟି ଅଚଳ । ଯାହାର କ୍ଷମତା ୪ ହଜାର ମେଟ୍ରିକ ଟନ୍ ହେବ ।ସମବାୟ ବିଭାଗ ଅଧିନରେ ମଧ୍ୟ ୧୮ଟି ଶୀତଳ ଭଣ୍ଡାର ରହିଛି । ହେଲେ ତାହା କେତ ଅଚଳ ରହିଛି ଓ କେତେ କାର୍ଯ୍ୟକ୍ଷମ ହେଉଛି ତାହାର ତଥ୍ୟ ମୋ ପାଖରେ ନାହିଁ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଶୀତଳ ଭଣ୍ଡାର ଗୁଡିକ ଶିଳ୍ପ ଭାବେ ଗଣାଯାଉଛି । ତାହାର ବିଦ୍ୟୁତ ଦର ୟୁନିଟ୍ ପିଛା୪ ଟଙ୍କା ୩୦ ପଇସା ରହିଛି ।

ତେଣୁ ରାଜ୍ୟ ସରକାର ଓଇଆରସି ଶୀତଳ ଭଣ୍ଡାର ଗୁଡିକୁ କୃଷି ଭିତ୍ତିକ ଶିଳ୍ପରେ ପରିଣତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।ରାଜ୍ୟ ସରକାର ଶୀତଳ ଭଣ୍ଡାର ଖର୍ଚ୍ଚ ହେଉଥିବା ବିଦ୍ୟୁତ ଦେୟ ଉପରେ ୫୦ ପ୍ରତିଶତ ରିହାତି ଦେଉଛନ୍ତି ବୋଲି ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

Comments are closed.