ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୧
ଭାଷାର ଅଗଣିତ ବର୍ଣ
କଂପ୍ୟୁଟର୍ରେ ନେଲେ ସ୍ଥାନ
ଅପରିମିତ ସ୍ମୃତିକୋଷ
ହେବନି ଧ୍ବଂସ କିଂବା ଶେଷ
ଅକ୍ଷର ବସ୍ତୁତ୍ବ ହରାଇ
ଚିତ୍ର ରୂପରେ ଅଛି ରହି
ତେଣୁ ଗଣନା ମୂଲ୍ୟହୀନ
ରହିପାରିବେ ସବୁ ବର୍ଣ
କିଂତୁ ତହିଁର ବ୍ୟବହାର
କେତେ କାହାକୁ ଦରକାର
ବ୍ୟକ୍ତି ତାହାର ନିର୍ଣାୟକ
ହେଲେ ହିଁ ସଂଚୟ ସାର୍ଥକ
ଅତୀତେ ଯେତେ ଯାହା ଥିଲା
ସତେ କି ପୁଣି ଜାତ ହେଲା
ଲିପିର ହୋଇ ନିଦର୍ଶନ
କଂପ୍ୟୁଟର୍ରେ ପାଏ ସ୍ଥାନ
ଲିପିର ବିବର୍ତନ କ୍ରମ
ମନେ ସୃଷ୍ଟି ନ କରୁ ଭ୍ରମ
କିଛି ବି ଲୁପ୍ତ ହୋଇନାହିଁ
ସବୁ ସ୍ବସ୍ଥାନେ ଅଛି ରହି
ଏ ଭାଷା ବିଶାଳ ବିସ୍ତୀର୍ଣ
ଅଂଶ କଦାପି ନୁହେ ପୂର୍ଣ
ସଂପୂର୍ଣ ଭାଷାକୁ ସ୍ମୃତିସ୍ଥ
କରିବା ଭଳି ନାହିଁ ଚିତ୍ତ
ଯାହାର ଯେତେ ପ୍ରୟୋଜନ
ସେ ବାଛେ ସେତେ ଶବ୍ଦମାନ
ବିଶାଳ ଏ ଶବ୍ଦ ଭଂଡାର
ଜଣେ କରେନି ବ୍ୟବହାର
ଶବ୍ଦକୋଷ ତ ସରୋବର
ତହିଁରେ ଶବ୍ଦ ଭରପୂର
ତହିଁର ଅଂଶ ବ୍ୟବହାର
ଲୋକେ କରଂତି ବାରଂବାର
ଜ୍ଞାନାଂଶଧାରୀ ସୁପଂଡିତ
କରିବେ ଲୋକଂକୁ ଦଂଡିତ
ନାହିଁ ସେପରି ଅଧିକାର
କରିବା ଏ କଥା ସ୍ବୀକାର
ସ୍ବାଧୀନ ଯେଣୁ ଏହି ଲିପି
ବହୁ ରୂପରେ ଯାଏ ବ୍ୟାପି
ଅତି ଅଧିକ ନିୟଂତ୍ରଣ
କରିବ ଭାଷାକୁ ନିଶ୍ଚିହ୍ନ
ଯାହା ବି ଶୁଣେ ଶିଶୁ କାନ
ସାଇତି ରଖେ ତାର ମନ
ତୁଂଡରେ କହି କଥାମାନ
ବଢ଼ାଏ ନିଜ ଭାଷା ଜ୍ଞାନ
ଏହି ପ୍ରକ୍ରିୟା ସ୍ବାଭାବିକ
ବୁଝଂତି ନିରକ୍ଷର ଲୋକ
ଅଥଚ ସୁଜ୍ଞାନୀ ପଂଡିତ
ସର୍ବଦା ପୂରାଂତି ସଂସ୍କୃତ
ଏହି ଅହିତକର ପ୍ରଥା
ଯୋଗୁଁ ହିଁ ସ୍ବଭାଷା ବ୍ୟବସ୍ଥା
ଉପରେ ନାହିଁ ଲୋକଆସ୍ଥା
ଏ ଅତି ଆଚଂବିତ କଥା
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.