Latest Odisha News

BREAKING NEWS

ରେଳଷ୍ଟେସନରୁ ଉଦ୍ଧାର ହେଲେ ୫୯ ନାବାଳକ…ଜଗତସିଂହପୁର ମଦ୍ରାସାକୁ ନିଆ ଯାଉଥିଲା

କଟକ:କଟକ ରେଳ ଷ୍ଟେସନରୁ ୫୯ ଜଣ ନାବାଳକ ଉଦ୍ଧାର। ଗତ ସପ୍ତାହ ମଧ୍ୟରେ ଦୁଇଟି ପର୍ୟ୍ୟାୟରେ ୭୧ ଜଣ ନାବାଳକଙ୍କୁ କଟକ ରେଳ ଷ୍ଟେସନରୁ ଉଦ୍ଧାର କରି ସାରିଲାଣି RPF।

ରଘୁନାଥପୁର, ଚାନ୍ଦପୁରର ମୌଲାନା ସେମାନଙ୍କୁ ଜଗତସିଂହପୁରର ଏକ ମଦ୍ରାସାରେ ରଖି ପଠା ପଢେଇବା ପାଇଁ ଆଣିଥିଲେ ହେଲେ ତାର କିଛି ପ୍ରମାଣ ପତ୍ର ଦେଖାଇ ନପାରିବାରୁ ସମସ୍ତଙ୍କୁ ବାଳାଶ୍ରମରେ ରଖାଯାଇଛି ବୋଲି କଟକ ଆରପିଏଫ ପକ୍ଷରୁ କୁହାଯାଇଛି।

ପୋଲିସର ସୂଚନାନୁସାରେ, ବିହାରର ଅରରିଆ ଭଳି ପଛୁଆ ଜିଲ୍ଲାର ଗରିବ ପରିବାରକୁ ମୁଖ୍ୟତଃ ଟାର୍ଗେଟ୍ କରାଯାଉଛି। ସେହି ରାଜ୍ୟରେ ଶିକ୍ଷା ମହଙ୍ଗା ହୋଇଥିବାରୁ ଏବଂ ଓଡ଼ିଶାରେ ମାଗଣା ମଦ୍ରାସା ଶିକ୍ଷା ସହ ରହିବା-ଖାଇବାର ସୁବିଧା ମିଳିବ ବୋଲି କହି କିଛି ମୌଲବୀ ଓ ଦଲାଲ ଏହି ପିଲାମାନଙ୍କୁ କୌଣସି ପ୍ରମାଣପତ୍ର ନ ଥାଇ ସୀମା ପାର କରାଉଛନ୍ତି। ମଙ୍ଗଳବାର ଦିନ ଧଉଳି ଏକ୍ସପ୍ରେସରୁ ୫୯ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ଗତ ଶନିବାର ମଧ୍ୟ ସମାନ ଅଞ୍ଚଳରୁ ଆସିଥିବା ୧୨ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି।

ସୂଚନାଥାଉକି, ମଙ୍ଗଳବାର ସଂଧ୍ୟା ପ୍ରାୟ ସାଢେ ଛଅଟା ବେଳେ କଟକ ରେଳ ଷ୍ଟେସନ୍‌ର ପ୍ଲାଟଫର୍ମ ନମ୍ବର ୪ରେ ହାୱଡା-ପୁରୀ ଧଉଳି ଏକ୍ସପ୍ରେସ୍ ଅଟକିବା ପରେ ସେଥିରୁ ୫୯ ଜଣ ନାବାଳକ ଏକାଠି ଓହ୍ଲାଇଥିଲେ ଏବଂ ଆରପିଏଫ ଟିମ ସେମାନଙ୍କୁ ଅଟକ ରଖି ପଚରା ଉଚରା କରିଥିଲେ ଏବଂ ସେମାନେ କିଛି ସଠିକ ସୂଚନା ନଦେବାରୁ ତାଙ୍କୁ ତୁରନ୍ତ ଚାଇଲଡ ଲାଇନ୍ ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା।

ଏମାନଙ୍କର ବୟସ ୭ ବର୍ଷରୁ ୧୩ବର୍ଷ ମଧ୍ୟରେ ହେବ। ଏମାନଙ୍କୁ ଜଗତସିଂହପୁର ମଦ୍ରାସାକୁ ନିଆ ଯାଉଥିଲା । ତେବେ ଏହି ପିଲାଙ୍କ ପାଖରେ କିଛି ପ୍ରମାଣପତ୍ର ନଥିଲା । ସେମାନେ କେବଳ ଗୋଟିଏ ପ୍ରମାଣପତ୍ର ଦେଖାଇଥିଲେ ଯାହା ସ୍ଥାନୀୟ ସରପଞ୍ଚ ଲେଖି ଦେଇଥିଲେ । ଏହା ବ୍ୟତୀତ ମଦ୍ରାସାକୁ ପଢିବାକୁ ଯାଉଥିବା ନେଇ ଅନ୍ୟ କୌଣସି ଆବଶ୍ୟକ ପ୍ରମାଣପତ୍ର ଏହି ପିଲାଙ୍କ ପାଖରେ ନ ଥିଲା । ତେଣୁ ସେମାନଙ୍କୁ ଅଟକ ରଖି CWCକୁ ହସ୍ତାନ୍ତର କରାଯାଇଥିଲା ବୋଲି RPF ଆଇଆଇସି କହିଛନ୍ତି ।

Leave A Reply

Your email address will not be published.