ଭୁବନେଶ୍ୱର : ମାନସ ସ୍ୱାଇଁ ହତ୍ୟା ମାମଲା । ଦିନକୁ ଦିନ ବଢୁଛି ଅଡୁଆ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ସବୁ ସତ ମାନିଯିବା ପରେ ଅଡୁଆରେ ପଡିଲେଣି ନିରଞ୍ଜନ ସେଠୀ । ପୋଲିସ ଶର୍ମିଷ୍ଠାକୁ ଖୋଜୁଥିବା ବେଳେ ଶର୍ମିଷ୍ଠା ସହ ଯୋଗୀ ଝୁନା ଭୋଇକୁ ସାଙ୍ଗରେ ଧରି ଭଦ୍ରକ, କାଳିଆପାଣୀ. ଯାଜପୁର ଓ ବାଲେଶ୍ୱର ଯାଉଥିଲା ବୋଲି ସବୁ ସତ ମାନିଛି ।
ପୋଲିସକୁ ଭୁଆଁ ବୁଲାଇବା ପାଇଁ ଶର୍ମିଷ୍ଠା ନିଜ ମୋବାଇଲକୁ ନିଜ ଆପାର୍ଟମେଣ୍ଟରେ ଛାଡି ପଳାଇଥିଲା ବୋଲି କ୍ରାଇମବ୍ରାଞ୍ଚ ଜେରା ସମୟରେ ମାନିଛନ୍ତି । ସେ ଭଦ୍ରକ ଜିଲ୍ଲାରୁ ଗୋଟିଏ ସିମ୍ ଓ କୋଲକାତାରୁ ୨ଟି ସିମ କିଣି ନିଜ ସମ୍ପର୍କୀୟଙ୍କ ସହ ସମ୍ପର୍କ କରୁଥିଲା ବୋଲି ପୋଲିସ ଆଗରେ ମାନିଛି ।
ଶର୍ମିଷ୍ଠାଙ୍କୁ ତାଙ୍କ ସମ୍ପର୍କୀୟ ସହ ଯୋଗ କରୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି । ଶର୍ମିଷ୍ଠା ଆସ୍ତେ ଆସ୍ତେ ସବୁ ସତ ମାନିଯିବା ପରେ ଏବେ ଅଡୁଆରେ ପଡିଛନ୍ତି ଅବସରପ୍ରାପ୍ତ ଅଫିସର ନିରଞ୍ଜନ ସେଠୀ । ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠା ନିରଞ୍ଜନ ଓ ତାଙ୍କ ସହଯୋଗୀ ମାନଙ୍କୁ ପଚରା ଉଚରା କରି ସତ୍ୟ ସାମ୍ନାକୁ ଆଣିବ ।
ଅନ୍ୟପଟେ ମାନସଙ୍କ ଶବ ହସ୍ତଗତ ହେବା ସହ ତାଙ୍କୁ ପିଟିପିଟି ମାରିଦେଇଥିବା ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଛି । କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ଏଥିରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଶର୍ମିଷ୍ଠା ।ତେଣୁ ଶର୍ମିଷ୍ଠା ପୋଲିସ ସହ ଲୁଚକାଳି ଖେଳୁଥିଲେ।
Comments are closed.